Latest Odisha News

BREAKING NEWS

ଇରାନରେ ପଂହଚିଲା ରୁଷ ଟ୍ରେନ, ଭାରତ ପାଇଁ ଭଲ ଖବର

ତେହେରାନ: ୟୁକ୍ରେନ ସହ ଯୁଦ୍ଧ ଅବସରରେ ପ୍ରଥମ ଥର ପାଇଁ ରୁଷରୁ ଟ୍ରେନ ସଫଳତାର ସହ ତେହେରାନରେ ପଂହଚିଛି । ରୁଷ ଆନ୍ତର୍ଜାତୀୟ ଉତର-ଦକ୍ଷିଣ ପରିବହନ ମାର୍ଗର ଉପଯୋଗ କରି ଇରାନ ରାସ୍ତା ଦେଇ ସାଉଦି ଆରବ ପର୍ଯ୍ୟନ୍ତ ପଂହଚିପାରିଛି । ଏହା ଦ୍ୱାରା ଭାରତ ସମେତ ଅନ୍ୟ ଦେଶଗୁଡିକ ସହ ବ୍ୟାପାର ବୃଦ୍ଧି ପାଇବ । ଆମେରିକା ନଜରକୁ ନ ଆସି ଭାରତ ଏବଂ ରୁଷିଆ ବ୍ୟାପରକୁ ଅନେକ ଗୁଣ ବୃଦ୍ଧି କରିପାରିବେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି । ପ୍ରଥମେ ତୁର୍କିମେନିସ୍ତାନ ଓ ଇରାନ ମଧ୍ୟରେ ଥିବା ଅକାୟାଲା-ଇନଚେହ ସୀମାରେ ୩୬ କଂଟେନର ସହ ରୁଷ ଟ୍ରାଂଜିଟ ଟ୍ରେନ ପଂହଚିଥିବା ଘୋଷଣା କରାଯାଇଥିଲା ।

ଆବଶ୍ୟକ ଔପଚାରିକତା ପରେ ଟ୍ରେନ ଅବାସ ଅଭିମୁଖେ ଯାଇଥିଲା । ଭାରତ ଓ ଇରାନ ମଧ୍ୟରେ କୂଟନୈତିକ ସମ୍ପର୍କ ବୃଦ୍ଧି ପାଇଲେ ଉଭୟ ଦେଶ ଫାଇଦାରେ ରହିବେ । ଏଥିରେ ଚାବହାର ବନ୍ଦରର ଗୁରୁତ୍ୱ ବୃଦ୍ଧି ପାଇବ । ଭାରତ, ଇରାନ, ରୁଷ, ଆଜରବୈଜାନ ଓ ଅନ୍ୟ ଦେଶସହ ସିଧାସଳଖ ବ୍ୟବସାୟିକ ସମ୍ପର୍କ ଯୋଡିପାରିବ । ଏହି ରେଳ ସେବା ନେଇ ଆମେରିକା ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Comments are closed.