Latest Odisha News

BREAKING NEWS

କୀଭ ଅଭିମୁଖେ ରୁଷର ବିଶାଳ ସେନା, ସାଟେଲାଇଟ ଇମେଜରେ ଖୁଲାସା

ମସ୍କୋ: ରୁଷିଆର ବିଶାଳ ସେନା କୀଭ ଅଭିମୁଖେ ଅଗ୍ରସର ହେଉଥିବା ସାଟେଲାଇନ ଇମେଜ ଆଜି ପ୍ରକାଶ ପାଇଛି । ଯାହାକୁ ନେଇ ବିଭିନ୍ନ ଦେଶ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ଗେମ ପ୍ଲାନକୁ କେହି ବୁଝି ପାରୁ ନାହାନ୍ତି । ଗୋଟିଏ ପଟେ ଶାନ୍ତି ଆଲୋଚନା କରୁଥିବା ବେଳେ ଅନ୍ୟପଟେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାଟେଲାଇନ ଇମେଜରେ ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବାରେ ରୁଷ ସେନା କୀଭ ଅଭିମୁଖେ ଯାଉଛନ୍ତ । ଏଥିରେ ସେନା, ଗୋଳାବାରୁଦ, ଟ୍ୟାଙ୍କ, ବାହନ ସବୁ କିଛି ରହିଛି ।

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସିକି କହିଛନ୍ତି ଏ ପର୍ଯ୍ୟନ୍ତ ରୁଷ ପକ୍ଷରୁ ୫୬ ରକେଟ ଓ ୧୧୩ କ୍ରୁଜ ମିସାଇଲ ମାଡ କରାଯାଇଛି । ଶାନ୍ତି ଆଲୋଚନା ବେଳେ ୟୁକ୍ରେନ ଉପରେ ରୁଷ ଆତ୍ମସମର୍ପଣ ଚାପ ପକାଇଥିଲା । ୟୁକ୍ରେନ ରୁଷକୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ କହିଥିଲା ।

Comments are closed, but trackbacks and pingbacks are open.