Latest Odisha News

BREAKING NEWS

ମହାଶିବରାତ୍ରୀରେ ଲୋକନାଥ ମନ୍ଦିରରୁ ଚୋରି ,ମହିଳାଙ୍କ ବେକରୁ ୧୪ ଗ୍ରାମର ସୁନା ଚେନ୍ ଲୁଟିନେଲେ ଦୁବୃର୍ତ୍ତ

ପୁରୀ: ଲୁଟେରାଙ୍କ ଟାର୍ଗେଟରେ ଏବେ ପୁରୀ ଲୋକନାଥ ମନ୍ଦିର । ମହାଶିବରାତ୍ରୀରେ ଦର୍ଶନ ପାଇଁ ଆସିଥିବା ବେଳେ ପୁରୀ ଲୋକନାଥ ମନ୍ଦିରରେ ଲୁଟର ଶିକାର ହୋଇଛନ୍ତି ମହିଳା ଭକ୍ତ ।ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦବୃର୍ତ୍ତ ମାନେ ଲୁଟି ନେଇଛନ୍ତି ସୁନା ଚେନ୍ । ଲୁଟରେ ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମଗିରି ବ୍ଲକର ସରସ୍ୱତୀ ପଲ୍ଲେଇ ।

ଆଜି ଜାଗର ଯାତ୍ରା ଅବସରରେ ସରସ୍ୱତୀ ପରିବାର ସହ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ମନ୍ଦିର ଗମ୍ଭୀରା ଭିତରୁ ତାଙ୍କ ବେକରୁ ୧୪ ଗ୍ରାମର ସୁନା ଚେନ ଦୁବୃର୍ତ୍ତ ଲୁଟି ନେଇଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି ।ଏନେଇ ବାସେଳୀସାହି ଥାନା ପୋଲିସ ନିଟକରେ ଅଭିଯୋଗ କରିଛନ୍ତି ।

ସେହିପରି ଆଉଜଣେ ବୃଦ୍ଧାଙ୍କ ବେକରୁ ଜଣେ ମହିଳା ଲୁଟେରା ଲୁଟ କରୁଥିବା ବେଳେ ।ମହିଳା ଜଣଙ୍କ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ଜଗତିଂସିହପୁର ଜିଲ୍ଲାର ଅଞ୍ଚନା ପଲ୍ଲେଇ ଆଜି ପୁରୀ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ।ମନ୍ଦିରରୁ ଭୋଗ କିଣୁଥିଲେ । ତେବେ ଏହି ସମୟରେ ଜଣେ ମହିଳା ଲୁଟେରୀ ତାଙ୍କ ବେକରୁ ସୁନା ଚେନ ନେବା ପାଇଁ ଉଦ୍ୟମ କରିଥିଲେ ।

ତେବେ ଅଞ୍ଚନା ସଂପୃକ୍ତ ଲୁଟାରାଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ଏହି ଘଟଣାକୁ ନେଇ ପୋଲିସ ମହିଳା ଲୁଟେରାଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବୋଲି ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.