Latest Odisha News

କ୍ୟାମେରାମ୍ୟାନକୁ ବଂଚାଇବା ଯାଇ ପ୍ରାଣ ହାରିଲେ ରୁଷ ମନ୍ତ୍ରୀ

ମସ୍କୋ: ଜଣେ କ୍ୟାମେରା ମ୍ୟାନକୁ ବଂଚାଇବା ପାଇଁ ଯାଇ ରୁଷର ଏର୍ମଜେନ୍ସି ମିନିଷ୍ଟର ଜିନିଚେଭଙ୍କ ମୃତ୍ୟୁ ହୋଇଛି । ସୈନ୍ୟ ଅଭ୍ୟାସ ସମୟରେ କ୍ୟାମେରା ମ୍ୟାନ ପାଣିରେ ବୁଡି ଯାଉଥିବା ଦେଖି ଜିନିଚେଭ ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ । ପାଖରେ ଅନେକ ଲୋକ ଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ ଯେ, ଜିନିଚେଭ ପାଣିକୁ ଡେଇଁଛନ୍ତି । ପାଣିକୁ ଡେଇଁବା ପରେ ତାଙ୍କ ମୁଣ୍ଡ ପଥରରେ ପିଟି ହୋଇ ଯାଇଥିଲା । ୨୦୧୮ରୁ ସେ ଏହି ଦାୟିତ୍ୱରେ ରହିଛନ୍ତି ।

ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସେ ତଦାରଖ କରୁଥିଲେ । ରୁଷ ଗଣମାଧ୍ୟମରେ ସେ ପାଣିକୁ ଡେଇଁବା ଏବଂ ଗୋଡ ଖସିବା ନେଇ ଭିନ୍ନ ଭିନ୍ନ ମତ ରହିଛି । ଜରୁରୀକାଳୀନ ଅବସ୍ଥାରେ କିପରି ସୁରକ୍ଷିତ ରହିବ ସେ ନେଇ ଏକ ମକଡ୍ରିଲ କରାଯାଉଥିଲା ।

Leave A Reply

Your email address will not be published.