Latest Odisha News

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର ଦେବେ । ଏନେଇ କ୍ରୀଡା ବିଭାଗ ସ୍ପଷ୍ଟିକରଣ କରିଛି।

ପାରାଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଆମ ଦେଶ ପାଇଁ ଗୌରବ ଆଣିଥିଲେ ପ୍ରମୋଦ।ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଖେଳାଳୀଙ୍କ ପାଇଁ ପୂର୍ବରୁ ସରକାର ପୁରଷ୍କାର ରାଶି ଘୋଷଣା କରିଥିଲେ। ସ୍ୱର୍ଣ୍ଣ ବିଜେତାଙ୍କ ପାଇଁ ୬ କୋଟି ଟଙ୍କା ପୁରଷ୍କାର ରାଶି,ରୌପ୍ୟ ପାଇଁ ୪ କୋଟି ଓ କାଂସ୍ୟ ବିଜେତାଙ୍କ ପାଇଁ ଅଢେଇ କୋଟି ଟଙ୍କା ଘୋଷଣା କରାଯାଇଥିଲା।

Leave A Reply

Your email address will not be published.