Latest Odisha News

BREAKING NEWS

ମାସ୍କ ପିନ୍ଧି ପାଣି ପିଇଲେ ଅଶୋକ ଗେହଲୋଟ, ଟ୍ରୋଲ ହେବା ପରେ ଦେଲେ ଜବାବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାସ୍କ ପିନ୍ଧି ପାଣି ପାରିବେ? ବୋଧହୁଏ ସମସ୍ତେ କହିବେ ନା? କିନ୍ତୁ ସୋଶିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମୁହଁରେ ମାସ୍କ ଲାଗିଥିବା ବେଳେ ପାଣି ପିଉଥିବାର ନଜର ଆସିଛି।

ଭିଡିଓରେ ଦେଖାଯାଉଥିବା ଭିଜୁଆଲ ଅନୁଯାୟୀ, ଅଶୋକ ଗେହଲୋଟ ରାଜସ୍ଥାନର ସଲମେରର ବାବା ରାମଦେବ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ମନ୍ଦିରର ପୂରୋହିତ ଚରଣାମୃତ ବା ଠାକୁରଙ୍କ ପାଦୁକା ଦେଇଥିଲେ। ଆଉ ଗେହଲୋଟ ମୁହଁରେ ମାସ୍କ ଲଗାଇଥିବା ବେଳେ ସେହି ପାଦୁକା ପାଣିକୁ ମୁହଁ ପାଖକୁ ନେଇଥିଲେ। ହେଲେ ସେ ପାଣି ପାରିନଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା ବଢ଼ିଛି।

ଭାଇରାଲ ଭିଡିଓ ଉପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପ୍ରତିକ୍ରିୟା ରଖିଛନ୍ତି। ଗେହଲୋଟ୍ କହିଛନ୍ତି ଯେ ସେହି ଲୋକମାନେ ଏପରି ଭିଡିଓ ସେୟାର କରନ୍ତି, ଯାହାର କାମ ନାହିଁ। ଏପରି ଭିଡିଓ ସେମାନେ କେଉଁଠାରୁ ଆଣନ୍ତି ତାହା ସେ ଜାଣନ୍ତି ନାହିଁ। ଏମାନେ ବିଜେପି ସମର୍ଥକ ଟ୍ରୋଲର ବୋଲି କହିଛନ୍ତି। ବିଜେପିର ନାମ ନ ନେଇ କିନ୍ତୁ ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି। କିନ୍ତୁ ମାସ୍କ ପିନ୍ଧି ପାଣି ପିଇବା ଏକ ବାହାନା ଥିଲା କି ବୋଲି ପ୍ରଶ୍ନର ଉତ୍ତର ଦେଇନଥିଲେ।

ଏହାକୁ ନେଇ ବିରୋଧୀ ଦଳର ନେତାଙ୍କ ସମେତ ଅନେକ ଲୋକ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ଏହା ଉପରେ ଗେହଲୋଟ୍ ବିଜେପିକୁ ଟାର୍ଗେଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।

ଅଶୋକ ଗେହଲୋଟଙ୍କ ଓଏସଡି ଲୋକେଶ ଶର୍ମା କହିଛନ୍ତି ଯେ ବିଜେପି ନେତାମାନେ ଏହି ଭିଡିଓକୁ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ସମୟରେ ମାସ୍କ ହଟାଇ ପାଣି ପିଇଥିଲେ ସେହି ଅଂଶକୁ ଏଡିଟ୍ କରି ପକେଇଛନ୍ତି। କେବଳ କୁଚକ୍ରି ମାନସିକତା ଥିବା ଲୋକମାନେ ଏପରି କରନ୍ତି।

Comments are closed.