ନୂଆଦିଲ୍ଲୀ: ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତିକୁ ନେଇ କାନାଡା ଅଡି ବସିଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି । କଡା ଭାଷାରେ କାନାଡାକୁ ଜବାବ ଦେଇଛନ୍ତି ଜୟଶଙ୍କର । କହିଛନ୍ତି, ପ୍ରମାଣ ଦିଅ, ଆମେ ଯାଞ୍ଚ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ବୈଦଶିକ ବ୍ୟାପାର ମନ୍ତ୍ରୀ ।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବେ ବ୍ରିଟେନ ଗସ୍ତରେ ଅଛନ୍ତି । ଏହି ଅବସରରେ ସେ କହିଛନ୍ତି, ଭାରତ ସରକାର ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ସହ ଜଡିତ ମାମଲାର ଯାଞ୍ଚକୁ ମନା କରୁନାହାନ୍ତି । ଯଦି କାନାଡା ସରକାର ତାଙ୍କର ଏହି ଦାବିକୁ ପ୍ରମାଣିତ କରିପାରିବେ ତେବେ ଆମେ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଏସ ଜୟଶଙ୍କର ।
ଏହି ଗସ୍ତ ଅବସରରେ ସେ ଚୀନ, କାନାଡା ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଜୟଶଙ୍କର ଲଣ୍ଡନରରେ ଉତ୍ତରପ୍ରଦେଶର ଲେଖରୀରୁ ୮ମ ଶତାବ୍ଦୀରୁ ଚୋରି ହୋଇଥିବା ମନ୍ଦିରର ମୂର୍ତ୍ତି, ଯୋଗିନୀ ଚାମୁଣ୍ଡା ଏବଂ ଯୋଗିନୀ ଗୋମୁଖୀଙ୍କୁ ଫେରାଇ ଆଣିବା ପାଇଁ ହୋଇଥିବା ସମାବେଶରେ ସାମିଲ ହୋଇଥିଲେ । ଏହି ଅବସରରେ ସେ କାନାଡା ଭାରତ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ଆଣିଥିବା ନିଜ୍ଜର ହତ୍ୟା ମାମଲା ସଂପୃକ୍ତି ଅଭିଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।
Comments are closed.