Latest Odisha News

BREAKING NEWS

ଆଇଓସି ନିୟମ ଯୋଗୁ ଅଲିମ୍ପିକ୍ସ ଭିଲେଜରୁ ବ୍ୟାନର ହଟାଇଲା ଦକ୍ଷିଣ କୋରିଆ

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର କଡା ନିୟମ ଯୋଗୁ ଆଜି ଦକ୍ଷିଣ କୋରିଆ ଅଲିମ୍ପିକ୍ସ ଭିଲେଜରେ ଲଗାଇଥିବା ଏକ ବ୍ୟାନର ହଟାଇବାକୁ ବାଧ୍ୟ ହୋଇଛି । ଏହି ବ୍ୟାନରରେ ୧୬ଶ ଶତାବ୍ଦୀରେ କୋରିଆ ଓ ଜାପାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ଉଲ୍ଲେଖ ରହିଥିଲା । ଏହା ଏକ ଉତେଜନାପୂର୍ଣ୍ଣ ବ୍ୟାନର ଥିବାରୁ ନିର୍ଦ୍ଦେଶକ୍ରମେ ଏହାକୁ ତୁରନ୍ତ ହଟାଇ ଦିଆ ଯାଇଥିଲା ।

ଦକ୍ଷିଣ କୋରିଆ ଏହାର ଜବାବରେ ଜାପାନର ଉଦିତ ସୂର୍ଯ୍ୟ ପତାକା ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଦାବୀ କରିଥିଲା । ଦକ୍ଷିଣ କୋରିଆ ଖେଳାଳି ରହୁଥିବା ବାଲକୋନୀରେ ଏହି ବ୍ୟାନର ଲଗା ଯିବା ସହ ଲେଖା ଯାଇଥିଲା ମୋ ପାଖରେ ଏବେ ବି ୫ କୋଟି କୋରିଆ ଲୋକଙ୍କ ସମର୍ଥନ ରହିଛି ।

Leave A Reply

Your email address will not be published.