Latest Odisha News

ଭାରତ-ଶ୍ରୀଲଙ୍କା ଦିନିକିଆ କ୍ରିକେଟ ସିରିଜ: ସ୍ପିନ ରଣନୀତିରେ ପଡିଆକୁ ଓହ୍ଲାଇବ ଧାୱନ ନେତୃତ୍ୱାଧୀନ ଟିମ୍‌

କଲମ୍ବୋ: ରବିବାରଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଅଧିନାୟକ ଶିଖର ଧାୱନ ସ୍ପିନ ରଣନୀତିରେ ପଡିଆକୁ ଓହ୍ଲାଇବେ । ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଯଦି ଏହା ହୁଏ ତାହାହେଲେ ୨୫ ମାସ ପରେ ଉଭୟ ସ୍ପିନର ପଡିଆକୁ ଏକତ୍ର ଓହ୍ଲାଇବେ । ସବୁଠାରୁ ବଡ କଥା ଉଭୟ ଭାରତ ପକ୍ଷରୁ ୪୪ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଏବଂ ଟିମ୍ ଇଣ୍ଡିଆ ୩୨ରେ ବିଜୟ ହାସଲ କରିଛି । ଦିନିକିଆରେ ୩୪ ମ୍ୟାଚ ଖେଳିଛନ୍ତି । ଭାରତ ମାତ୍ର ୯ଟି ପରାଜୟର ସମ୍ମୁଖୀନ ହୋଇଛି । ଅପରପକ୍ଷରେ ଦାସୁନ ଶନାକାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଘରୋଇ ପରିବେଶର ଫାଇଦା ଉଠାଇବ ଲକ୍ଷ୍ୟରେ ରହିବ । ୩୩ ଦମ୍ର ବିଶ୍ରାମ ପରେ ଭାରତୀୟ ଦଳ ଏଥର ପଡିଆକୁ ଓହ୍ଲାଇବ ।

ସମ୍ଭାବ୍ୟ ଏକାଦଶ
ଭାରତ: ଶିଖର ଧାୱନ(ଅଧିନାୟକ), ପୃଥ୍ୱୀ ଶ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ନଭଦୀପ ସାଇନି, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ ।
ଶ୍ରୀଲଙ୍କା: ଦାସୁନ ଶନାକେ (ଅଧିନାୟକ), ପାଥୁମ ନିଶାଙ୍କ, ଚାରିଥ ଅସଲଙ୍କା, ୱାନିଡୁ ହସରଙ୍ଗା, ରମେଶ ମେଣ୍ଡିସ, ଧନଞ୍ଜୟ ଡିସିଲଭା/ଅଖିଳ ଧନଞ୍ଜୟ, ଚମିକା କରୁଣାରତ୍ନେ, ଦୁସମାନାଥ ଚମିରା, ପ୍ରବୀଣ ଜୟବିକ୍ରମ ।

Leave A Reply

Your email address will not be published.