Latest Odisha News

BREAKING NEWS

ଗମ୍ଭୀରଙ୍କ ସହ ବିବାଦକୁ ନେଇ ଏଲଏଲସି କମିଶନର ଶ୍ରୀସନ୍ଥଙ୍କ ନିକଟକୁ ପଠାଇଲେ ଲିଗାଲ ନୋଟିସ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ସହ ମୁହାଁମୁହିଁ ହେବା ଏସ.ଶ୍ରୀସନ୍ଥଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଚଳିତ ଲିଜେଣ୍ଡ ଲିଗ କ୍ରିକେଟରେ ଗୌତମ ଗମ୍ଭୀର ଓ ଏସ ଶ୍ରୀସନ୍ଥଙ୍କ ବିବାଦ ଏବେ ଚର୍ଚ୍ଚାର କାରଣ ସାଜିଛି । ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆଣିବା ନେଇ ଏଲଏଲସି କମିଶନର ଶ୍ରୀସନ୍ଥଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ଟି୨୦ ଖେଳୁଥିବା ବେଳେ ସେ କଂଟ୍ରାକ୍ଟର ନିୟମ ଉଲ୍ଲଂଘନ କରିବାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେ ଯଦି ଗମ୍ଭୀରଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନ ହଟାଇବେ ତାହା ପରେ ତାଙ୍କ ସହିତ ଆଲୋଚନା କରାଯିବ ବୋଲି କମିଶନରଙ୍କ ପକ୍ଷରୁ କୁହାଯାଇଛି ।

ଶ୍ରୀସନ୍ଥଙ୍କୁ ଗମ୍ଭୀର ଫିକ୍ସର କହିଥିବା କୌଣସି ପ୍ରମାଣ ମିଳି ନାହିଁ । ମ୍ୟାଚ ବେଳେ ଦୁଇ ଖେଳାଳି ମୁହାଁମୁହିଁ ହୋଇଥିଲେ । ପରେ ଶ୍ରୀସନ୍ଥ ଉପରୋକ୍ତ ବୟାନ ଦେଇଥିଲେ । ତେବେ ଶସ୍ତା ପବ୍ଲିସିଟି ପାଇଁ ଶ୍ରୀସନ୍ଥ ଏ ଭଳି ବୟାନ ଦେଇଛନ୍ତି ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.