Latest Odisha News

BREAKING NEWS

ରିଲିଜ ପୂର୍ବରୁ ସୁପରହିଟ୍: ୧ କୋଟିରୁ ଅଧିକ ଲୋକ ଦେଖିଲେ ’ସାହୋ’ର ଟ୍ରେଲର

ମୁମ୍ବାଇ: ସୁପରଷ୍ଟାର ବହୁବଲୀ ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ’ସାହୋ’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଦେଖିବା ପରେ ପିଲ୍ମଟି ସୁପରହିଟ୍ ହେବ ବୋଲି ସିନେ ସମୀକ୍ଷକ ମାନେ ମତ ଦେଇଛନ୍ତି ।

ଟ୍ରେଲରରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଜବରଦସ୍ତ ଆକ୍ସନ, ରୋମାନ୍ସ ଦର୍ଶକଙ୍କ ମନକୁ ଛୁଇଁଛି।

ଫିଲ୍ମର ଟିଜର୍‌ ଏବଂ ଗୀତ ଭଳି ଟ୍ରେଲରକୁ ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଟ୍ରେଲର ରିଲିଜର ଗୋଟିଏ ଦିନ ମଧ୍ୟରେ ୟୁ-ଟ୍ୟୁବ୍‌ରେ ୧ କୋଟିରୁ ଉର୍ଦ୍ଧ୍ୱ ଦର୍ଶକ ଦେଖିସାରିଲେଣି।

ଟଲିଉଡ ନିର୍ଦ୍ଦେଶକ ସୁଜିତ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ ଚଙ୍କି ପାଣ୍ଡେ, ନଇଲ୍‌ ନୀତିନ୍‌ ମୁକେଶ ପ୍ରମୁଖ ଅଭିନୟ କରିଛନ୍ତି।

ଫିଲ୍ମଟି ଚଳିତ ଅଗଷ୍ଟ ମାସ ୩୦ରେ ରିଲିଜ୍‌ ହେବ ।

Leave A Reply

Your email address will not be published.