Latest Odisha News

BREAKING NEWS

ସାବରିମାଲା ବିବାଦ ପ୍ରସଙ୍ଗ: ଖୋଲିଲା ମନ୍ଦିର, ବଢିଲା ଉତ୍ତେଜନା

କେରଳ : ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଏହି ମନ୍ଦିର ଖୋଲିବାର ଦିନକପରେ ଉତ୍ତେଜନା ବଢୁଥିବା ବେଳେ ସାବରିମାଲା କର୍ମ ସମିତି ପକ୍ଷରୁ ଆଜି କେରଳରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁ ଏକ୍ୟା ବେଦୀର ଜଣେ ବରିଷ୍ଠ ନେତା କେ ପି ଶଶିକଳାଙ୍କ ଗିରଫକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆ ଯାଇଛି । ଏହି ୧୨ ଘଣ୍ଟିଆ ବନ୍ଦ ଫଳରେ ସାଧାରଣରେ ଯାତାୟାତ ବାଧାପ୍ରାପ୍ତ ହେଉଛି ।

ଗତକାଲି ରାତିରେ ଭଗବାନ ଅୟପ୍ପା ଦର୍ଶନ କରିବାକୁ ଚାହିଁଥିଲେ ମଧ୍ୟ କେ ପି ଶଶିକଳାଙ୍କୁ ମନ୍ଦିର ଦର୍ଶନ କରିବାକୁ ରୋକା ଯାଇଥିଲା ଏବଂ ନିୟମର ଉଲଘଂନ କରିବା ଅଭିଯୋଗରେ ପାଖାପାଖି ୨ଟାରେ ଗିରଫ କରା ଯାଇଥିଲା ।

ସମସ୍ତ ବର୍ଗର ମହିଳା ମନ୍ଦିରରେ ପ୍ରବେଶ କରିବାକୁ ନେଇ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇଥିଲେ ମଧ୍ୟ ଭକ୍ତଙ୍କ ବିରୋଧ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରୁନାହାନ୍ତି ।

ଆହୁରି ମଧ୍ୟ ସାବରିମାଲା ଦର୍ଶନ ପାଇଁ ଆସିଥିବା ସମାଜିକ କର୍ମୀ ତୃପ୍ତି ଦେଶାଇ ଙ୍କୁ ବିରୋଧିମାନେ ବିମାନ ବନ୍ଦରରୁ ବାହାରକୁ ବାହାରିବାକୁ ଦେଇନଥିଲେ । ଫଳରେ ତୃପ୍ତି ଫେରିଯିବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.