Latest Odisha News

BREAKING NEWS

ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ନିର୍ମାଣକୁ ମହିଳାଙ୍କ ବିରୋଧ, ଗଛର ସୁରକ୍ଷା ଲାଗି ପୋଲିସ ସହ ଧସ୍ତାଧସ୍ତି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଝିଙ୍କରଡିହି ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ଚାଲିଥିବାବେଳେ ଶତାଧିକ ମହିଳା ଶନିବାର ଏହାକୁ ବିରୋଧ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୋଲିସ୍ ର ଉପସ୍ଥିତିରେ ଗଛ କଟା ଯାଉଥିଲାବେଳେ ଲୋକମାନେ ପୋଲିସକୁ ଠେଙ୍ଗାବାଡି ଦେଖାଇ ବିରୋଧ କରିଥିବାନେଇ ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିରୋଧ ପ୍ରଦର୍ଶନ କରିବା ସ୍ୱରୂପ ମହିଳାମାନେ ଗଛ ଗୁଡ଼ିକୁ ଜାବୁଡି ଧରିଥିବା ଦେଖିବାକୁ ମିଳିଛି ।

ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଏହି ଘଟଣାରେ ପୋଲିସ ପ୍ରାୟ ୨୦ ଜଣଙ୍କୁ ଅଟକ ରଖିଥିବା ନେଇ ସୁତ୍ରରୁ ପ୍ରକାଶ । ଆହୁରି ମଧ୍ୟ ପୂର୍ବରୁ ବହୁ ମୂଲ୍ୟବାନ ଗଛ ଯଥା- ଶାଳ, ଶାଗୁଆନ, ହରିଡା ଓ ବାହାଡା ଭଳି ପ୍ରାୟ ୫୦୦ଟି ଗଛ କଟାଯାଇଥିଲା ।

ବିଶେଷ ସୁତ୍ରରୁ ପ୍ରକାଶ ଯେ ପ୍ରସ୍ତାବିତ ଏହି ବିୟର ଫ୍ୟାକ୍ଟ୍ରି ପ୍ରାୟ ୬ଶହ ଏକର ଜଙ୍ଗଲ ଜମିରେ ପରିବ୍ୟାପ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନଭେମ୍ବର ୩ ତାରିଖରେ ଏହି ଯୋଜନାର ଶିଳାନ୍ୟାସ କରିଥିଲେ । ଅନ୍ୟପକ୍ଷରେ ଏହି ନିର୍ମାଣ କାର୍ଯ୍ୟ ନଭେମ୍ବର ୮ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.