ମାଲକାନଗିରି: ମାଲକାନଗିରି ଜିଲ୍ଲାର କେତେକ ଭାଗରେ ଗତ କିଛି ଦିନ ହେବ ବର୍ଷା ଛାଡି ଯାଇଥିଲେ ମଧ୍ୟ ପରିସ୍ଥିତି ସୁଧୁରିନି । ଏବେବି ବର୍ଷା ପାଣି ଯୋଗୁଁ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।
ମିଳିଥିବା ସୂଚନାନୁଯାୟୀ ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ସ୍ଥାନୀୟ କନ୍ୟାଶ୍ରମ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ କାଲିମେଳା-ପଡିଆ ଏବଂ ମାଲକାନଗିରି ଓ ପଡୋଶୀ ଛତିଶଗଡ ମଧ୍ୟରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିବା ନେଇ ଜଣାପଡିଛି ।
Comments are closed.