Latest Odisha News

BREAKING NEWS

କବିତା : ସକଳ ଘଟେ ନାରାୟଣ

ଅଚ୍ୟୁତାନନ୍ଦ ଧଳ 

ସବୁଜ ସୁନ୍ଦର ପୃଥିବୀ ଆମର
ସବୁତ ଜୀବନ୍ତ ଲାଗନ୍ତି,
କିଏ ଭରିଦେଲା ପ୍ରାଣକୁ ଘଟରେ
ସବୁ ସେଇ ହରି ଜାଣନ୍ତି।

କେହି ନୁହେଁ ବଡ କେହି ନୁହେଁ ସାନ
ସବୁରି ହୃଦୟେ ଶ୍ରୀହରି,
ହେୟ ମଣନାହିଁ କାହାକୁ ଜଗତେ
ସବୁ କିଛି ସୃଷ୍ଟି ତାଙ୍କରି।

ବିଶ୍ୱାସରେ ବିଷ ହୁଅଇ ନିଃଶେଷ
ବିଶ୍ୱାସରେ ଶିଳା ଠାକୁର,
ବିଶ୍ୱାସ ମୂଳରେ ଠିଆ ଏ ଦୁନିଆ
ବିଶ୍ୱାସେ ନିଶ୍ବାସ ନିଜର।

ଏହି ବିଶ୍ୱାସରେ ପ୍ରହ୍ଲାଦ ଡାକରେ
ଖମ୍ବରୁ ବାହାରି ଆପଣ,
ହିରଣ କଶ୍ୟପ ଛାତି ବିଦାରିଲ
ରକ୍ଷାକଲ ଭକ୍ତ ତକ୍ଷଣ।

ଏହି ବିଶ୍ୱାସର ଆଧାରକୁ ନେଇ
ଦ୍ରୌପଦୀର ଚୀର ହରଣେ,
କୋଟିବସ୍ତ୍ର ପ୍ରଭୁ ଦାନ କରିଥିଲେ
ନାରୀର ଲଜ୍ୟାର ତାରଣେ ।

ସକଳ ଘଟରେ ବିଦ୍ୟମାନ ପ୍ରଭୁ
ସବୁଠାରେ ତୁମ ପ୍ରକାଶ,
ହେଉପଛେ ବୃକ୍ଷ ଲତା ଜୀବଜନ୍ତୁ
ନାରାୟଣ ଥାନ୍ତି ଅବଶ୍ୟ ।

ଏହିଠାରେ ଅଛି ସବୁଠାରେ ଅଛି
ବିଦ୍ୟମାନ ପ୍ରଭୁ ସବୁଠି,
ତେଣୁ ହେ ସୁଜନ ନମଣି କା ହୀନ
ଭଜ ନାରାୟଣ ନାମଟି।

ଭଦ୍ରକ

Comments are closed.