ଅନସୂୟା ମଲ୍ଲିକ
ସୃଷ୍ଟିରେ ଯାହାର ପୁଷ୍ପ ବରଷଇ
ସେହି ଯେ ଆମରି ଦେଶ
ଯା ପାଣି ପବନେ ଗଢାଏ ଶରୀର
ସେ ଆମ ଭାରତ ବର୍ଷ ।।
ସୁଜଳା ସୁଫଳା ଶସ୍ୟ ଶ୍ୟାମଳାର
ଆମ ଏ ଭାରତ ଭୂଇଁ
ହିମାଳୟ ଶିର ମୁକୁଟ ଯାହାର
ପାଦେ ସିନ୍ଧୁ ଯାଏ ବହି ।।
ତାହାରି ବୁକୁରେ ନଦୀ ଝରଣା ଯେ
ଶସାଗର ସମୁଦ୍ର ବହେ
ପାହାଡ଼ ପର୍ବତ କେତେ କାରୁକାର୍ଯ୍ୟ
ମୁଣ୍ଡ ଟେକି ରହିଥାଏ ।।
ଗାନ୍ଧୀ ଗୋପବନ୍ଧୁ ବୀର ସୈନିକ ଯେ
ଏ ଦେଶେ ଜନମି ଥିଲେ
ତାଙ୍କ ଆଦର୍ଶକୁ ଜୀବନେ ଲଗାଇ
ଏ ଦେଶ ଗଢିବା ଭଲେ ।।
ତାହାରି କୋଳରେ ଜନମି ଆମେ ରେ
ଦେଶ ହିତେ ପ୍ରାଣ ଦେବା
ଦେଶର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା
ଏଇ ସଂକଳ୍ପ ଯେ ନେବା ।।
ମାର୍କଣ୍ଡପୁର
ଫୋନ–୯୩୩୭୬୦୮୯୨୫
Comments are closed.