Latest Odisha News

BREAKING NEWS

କବିତା : ଏମାନେ ସବୁ କିଏ ?

ଗଜାନନ ମିଶ୍ର

ଏମାନେ ସବୁ କିଏ ?
କେଉଁଆଡୁ କେଉଁଆଡକୁ
କରୁଛନ୍ତି ଯା’ଆସ?
କ’ଣ ସବୁ ଉଦ୍ଦେଶ୍ୟ?

ସବୁ ଏମାନେ କିଏ?
ଅଛନ୍ତି କି ଆରାମରେ?
ଲାଭାଲାଭର ହିସାବ ବାହାରେ
ଗୋଟିଏ ଗୋଟିଏ!

ଏମାନଙ୍କର ସଂଖ୍ୟା କେତେ?
ଏମାନେ ସବୁ କିଏ ସତେ!
ଭୂତ ଭଳି ଦିଶୁଛନ୍ତି
ଭୂତ ହୋଇ ଯାହାତାହା
ଯାଉଛନ୍ତି କରି ଦେଖୁ ଦେଖୁ
ବାଗଶାଗ ନାଇଁ କିଛି।

କିଏ ସବୁ ଏମାନେ?
କରୁଛନ୍ତି କଣ ସବୁ ଏଠି ?
ଆମ୍ୱ କହିଲେ ଲିମ୍ୱ ବୁଝି
ଖାଉଛନ୍ତି ଡାଳିମ୍ୱ!

ଏମାନଙ୍କ ପାଇଁ ଏତେ ଚିନ୍ତା?
ଏମାନେ ସବୁ ଏଇଠି କୋଉଠି
ବ୍ୟସ୍ତ ଘରତିଆରିରେ,
ଜାଣି ନାହାନ୍ତି ଯଦିଓ
ଘରେ ରହିବା ଲୋକ କିଏ
ବଦଳୁଥିବା ଘର ଭିତରେ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର

Comments are closed.