ପବିତ୍ର ବେହେରା
ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ
ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।।
ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ
କିନ୍ତୁ ଏଠି ଏକାପଣ ସମ ନିଜ ଶବକୁ ନିଜେ ବୋହି ଚାଲିଛି।।
ଜୀବନର ନିଷ୍ଠୁର ବାସ୍ତବତା ମଧ୍ୟରେ ସ୍ଵପ୍ନ,କଳ୍ପନା,ସ୍ମୃତି,ଭବିଷ୍ୟ
ସବୁ ଆଜି ମୋତେ କଣ୍ଟକିତ ପଥରେ ଏକା କରି ଯାଇଛନ୍ତି।।
ଜୀବନ ର ଏହି ଅଙ୍କାବଙ୍କା କଣ୍ଟକିତଭରା ଗୁଳ୍ମ ଆରଣ୍ୟ ପଥରେ
ମୃତ୍ଯୁ ର ନିକଟତର ହୋଇ ମୃତ୍ଯୁ ଶଯ୍ୟାରେ କଡ ଲେଉଟାଉଛି।।
ଅହରହ ଶତଚେଷ୍ଟା ଜାରି ରଖିଛି ମୃତ୍ଯୁ କବଳରୁ ବିଧଗ୍ଧ ଜୀବନକୁ
ଉତ୍ତପ୍ତ ମେଦିନୀର ଶୁଷ୍କ ବନାନୀ ବିଦଗ୍ଧ ଜୀବନେ ପ୍ରାଣ ଦେବାପାଇଁ।।
ଲାଞ୍ଛନା, ପ୍ରତାରଣା,ବିଷକୁ ଶୋଷି,ଶୋଷି ମୋ ଶରୀର ର ପୁଳେ,ପୁଳେ
ମାଂସ କୁହୁଳି, କୁହୁଳି ଜଳି ଉଠନ୍ତି ମୋତେ ଏକାପଣ କରିବା ପାଇଁ।।
କଳାମେଘିଆ ମେଘ ପୃଥିବୀ ଉପରେ ପ୍ରଥମ ସ୍ପର୍ଶ ଦେବା ପୂର୍ବରୁ ମୋ
ଜଳନ୍ତା ଜୁଇରେ ମୂଷଳ ଧାରରେ କୁଆପଥର ମାଡ କରି ଚାଲିଗଲା।।
ମୁଁ ଶରଶଯ୍ୟାରେ ଶୋଇ, ଇଛା ମୃତ୍ଯୁର ରାସ୍ତାରେ ଖୋଜିବୁଲେ
ନିଜ ବିରହ ନିଆଁରେ କହୁଲି ଜଳୁଥିବା ଅକୁହା ଅଦେଖା ଭାବନା।
Comments are closed.