Latest Odisha News

କବିତା : ଶୁଭ ଦିପାବଳୀ

ପ୍ରଫୁଲ୍ଲ କୁମାର ହୋତା

ଦିପାବଳୀ ଅଟେ ଆଲୋକର ପର୍ବ
ଗାଆଁ ଗହଳି ହସୁଛି
କାଉଁରିଆ କାଠି ଆଲୁଅରେ ପର୍ବ
ସଭିଙ୍କୁ ସ୍ଵାଗତ କରୁଛି।

ଆଲୋକର ପର୍ବ ଆମ ଦିପାବଳୀ
ସଂସ୍କୃତିର ଗାଥା କହୁଛି
ପ୍ରଭୁ ରାମଚନ୍ଦ୍ର ରାବଣ ନିଧନ
ଅଯୋଧ୍ୟା ସାକ୍ଷୀ ରହିଛି।
ଆମେ ସାବଧାନ ହୋଇବା ସଭିଏଁ
ଆଲୋକ ର ପର୍ବ ପାଳିବା
ବିଦେଶୀ ର ଵାଣ କରିବା ବର୍ଜନ
ସଚେତନତା କୁ ମାନିବା।

ଅଜ୍ଞ ଅନ୍ଧକାର ଦୂରେଇ ଯାଉ ତ
କୁସଂସ୍କାର ହଟିଯାଉ
ମହତ୍ ବାଣୀଟି ଆମ ସମାଜର
ହୃଦୟକୁ ଛୁଇଁ ଯାଉ।

ମାଟିର ଦିପାଳୀ ହେଉ ଅର୍ଘ୍ୟଥାଳି
ପ୍ରୀତିର ଫଲଗୁ ଥାଉ
ଶୁଭ ଦିପାବଳୀ ସବୁରି ହୃଦୟେ
ହେଉଥାଉ ଦାଉ ଦାଉ।

ପୟାଶରାଦ୍ଧ ଆଉ ପିଣ୍ଡଦାନ ପ୍ରଥା
ପିତୃ ପୁରୁଷଙ୍କୁ ଦାନ
ଆଶିଷ ଲଭିବା ତାଙ୍କ ଆଗମନେ
ହସି ଉଠୁ ଅନୁଷ୍ଠାନ।

 

Comments are closed.