ପ୍ରସନ୍ନ କୁମାର ସ୍ୱାଇଁ
ଆଜନ୍ମରୁ ମୋର ଅଛି ଦୁଇଟି ଶ୍ୟାମଳ ଆଖି
ହଳେ ପ୍ରେମ ବତୁରା ଡେଣା
ଗୋଟେ ଗୋରା ତକ ତକ ଉଷୁମ କୋଳ
ପାରିଜାତି ଦେହ ଗନ୍ଧ
କାରୁଣିକ କାନ୍ଧ
ଉଚ୍ଚାରଣ ସିଦ୍ଧ କେଇ ଫର୍ଦ୍ଦ ମନ୍ତ୍ର
ତୋ ପାଇଁ ରଖିଛି ପଞ୍ଚାମୃତ,ପlଟକନା
ଲଳିତ ମଧୁର ହସ, ସୁନାର ଫସଲ
ତୁ ଆସିଲୁ କେଡେ ନିଛାଟିଆ ଆଖି ନେଇ
ତୋ ବେକରେ ମୁଁ ଦେଲି ମୋ ଗେଲବସରର ସ୍ପର୍ଶ
ତୋତେ ରାଜକୁମର ସଜେଇ ଦେବି ବୋଲି
ମାପ ନେଲl ବେଳକୁ ତୁ ପାଲଟିଗଲୁ
ଗୋଟେ ରୁକ୍ଷ ଭୂମିକମ୍ପ……..
ତୁ ଦାରୁଣ କଣ କଲୁ
ଯୋଉ ହାତରେ ଧରିଥିଲୁ ମାଟିର ମଙ୍ଗଳ
ସେଇ ହାତରେ ଧରିଲୁ ଅବିବେକିତା
ତୁ କଣ ବୁଝିଲlଣୁ ବେକ କlଟିଦେଲେ
ଜୀବନ କଟେନି ବୋଲି
ତୁ କୋଉ ବୁୁଝିବୁ ପାଷାଣ୍ଡ
ତୁ ବି ଦିନେ ଏଇ ପବନରେ ଖେଳୁଥିଲୁ
ରୁଦ୍ରlକ୍ଷ ରେ ଖୋଜୁଥିଲୁ ମୋକ୍ଷ
କାହା ଖଣ୍ଡାର ଡରରେ ପିନ୍ଧିଛୁ ଯେ ପିନ୍ଧିଛୁ
ଗୋଟେ ନୂଆ ନାଁର ପାଦ ଟେକା ପୋଷାକ
ପଛକୁ ଚାହଁl ଆହୁରି ପଛକୁ
ତୋ ଆଚମନୀରେ ଗଙ୍ଗାର ପାଣି
ତୋ ଛାତିରେ ସନାତନୀ ଛିଟ ଜାମା
ତୋ ରକ୍ତରେ ନନ୍ଦିଘୋଷର ପହଣ୍ଡିବିଜେ
ତୋ ପାଖରେ ଯାହା ଅଛି ତୁ ଦେଲୁ
ଏବେ ମୋ ପାଖରୁ ତୋଳି ନେ
ବୁଦ୍ଧଙ୍କ ମୁଦ୍ରିତ ଆଖି
ବିଭୋର ବଂଶୀର ସ୍ୱର
ଛଳ ଛଳ ଛନ୍ଦ
ନେ ପାରୁଛୁ ଯଦି
ସବକା ବିକାଶ ସବକା ବିଶ୍ୱାସ
ନହେଲେ ପ୍ରସ୍ତୁତ ରହ
ଘୁର୍ଣ୍ଣୟମାନ ଅବସ୍ଥାରେ ଏବେ ମୁହାଁଇଛି
ତୋ ଆଡେ ଯୋଗୀରାଜ ଚକ୍ର ।
ଶ୍ରୀ ଅରବିନ୍ଦ ଉଚ୍ଚଶିକ୍ଷା ଗବେଷଣା କେନ୍ଦ୍ର
ମାତୃ ଭବନ ,କଟକ
ଫୋନ ନଂ ୯୪୩୯୩୫୪୪୭୦
Comments are closed.