ରାଜଲକ୍ଷ୍ମୀ ତ୍ରିପାଠୀ
ସେ ଭାରି ନିଜର ଲାଗନ୍ତି
କହିହୁଏ ମନଖୋଲି ସବୁ
ନୀରବରେ ଶୁଣନ୍ତି ସିଏ
ତାଙ୍କ ମୃଦୁ ହସର ଅସଂଖ୍ୟ ଦ୍ୟୁତି ରେ
ଝଲସି ଉଠେ କାନ୍ଥ ବାଡ଼
ମଣ୍ଡପ ଆସର
ମନ୍ଦିରର ସାନ ବେଢା ଭିତର
ଅଳପ ଓ ନିବୁଜ ଯାଗାରେ
ଆବିର୍ଭୁତା ଦେବୀ ।
ସିଡ଼ି ଚଢ଼ୁଥିବା ମଣିଷ
କିଏ କେତେ ପ୍ରକାରରେ
କଥା କହେ ତାଙ୍କ ସାମ୍ନାରେ
ଗଢିଦିଏ ବିଶ୍ୱାସକୁ
ଜାଲରେ, କାଠି, କୁଟାରେ
ବାୟାର ବସାରେ
ବିଶ୍ୱାସମାନେ ମହୁ ଶୋଷିବାକୁ
ଲାଖିଯାନ୍ତି ମହୁଫେଣାରେ
ବାଉଁଶ ବେତ ବୁଣାଳୀରେ
ଓଲଟ -ପାଲଟ ସୂତ୍ରର
ପାଟୀ -ଗଣିତ ।
ଆମ ଅନ୍ଦାଜର ମାପରେ ନଆସି
ବଦଳିଯାଏ ଭୂତି ଆବିର୍ଭୁତାଙ୍କର
ଜଉମୁଦ ମୁହଁ ତାଙ୍କର
ପରିଚୟ ଦିଏ ତାଙ୍କୁ
“ଶୂନ୍ୟ ଗୋଧୂଳିର ଦେବୀ।”
Comments are closed.