ସାଧନା ପଣ୍ଡା
ତୁମ ଆରାଧନା କରନ୍ତି ଭକତେ
ପୃଜା ପାଉଅଛ ଏ ମରତେ
‘ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି
ପୂଜିବୁ ତୁମ୍ଭକୁ ଆମେ ଭକ୍ତି ଚିତ୍ତେ ।
ପ୍ରତି ରାତ୍ରି ଜାଳି ନୟନ ଦୀପାଳି
ହୃଦ କପିଳାସ ଭକ୍ତି ରସେ
ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର
ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହର୍ଷେ ।
ହେ ଭୋଳା ଶଙ୍କର ଶିବ ମହେଶ୍ୱର
ବିସ୍ତାରିଛ ତ୍ରୀ- ଭୁବନେ ମାୟା
ସଂସାର ବନ୍ଧନୁ ପାରିକର ତେଣୁ
ତେଜୀ ଜଞ୍ଜାଳର ମୋହ ମାୟା ।
ଶୀରେ ତୋ ଆଶିଷ ଅକ୍ଷୟ କବଚ
ଅଭୟଦାୟକ ବର ଶେଯେ
ଭକ୍ତ ମନ ଜାଣି କଣ୍ଠେ ବସୁ ପୁଣି
ଗନ୍ଧ ଧୂପ ଦୀପେ ନିତି ଭଜେ ।
ହୃଦୟ ଦର୍ପଣେ ତୁମ ପ୍ରତିବିମ୍ବ
ଥାପିଚି ପ୍ରଭୁହେ ଅକିଞ୍ଚନ
ତୁମ୍ଭ ଦିବ୍ୟ ଜ୍ଜ୍ୟୋତି ଦେଉ ହେ ମୁକତି
ଯନ୍ତ୍ରଣା କାତର ନିଶିଦିନ ।
ଆଜି ଏ ଜାଗରେ ବିତେ ପ୍ରତୀକ୍ଷାରେ
ଆସିଛୁ ମନ୍ଦିର ସପତ୍ନୀକ
ନାହିଁ ପାଦେ ବଳ ଶରୀର ଦୁର୍ବଳ
କେମନ୍ତେ ପୂଜିବୁ ତୁମେ କୁହ ?
କଳ୍ପନା
ଭୁବନେଶ୍ବର
Comments are closed.