Latest Odisha News

BREAKING NEWS

କବିତା : ମରୀଚିକା

ଶୈଳେନ୍ଦ୍ର ନାରାୟଣ ବେହେରା 

ମନ୍ତ୍ରମୁଗ୍ଧ ପୁରୁଷଟିଏ ମୁଁ
ତୁମ ଗୁଣରେ ବନ୍ଧା ପଡ଼ିଛି
ଅହଂକାର କୁ କରଜ ଦେଇ ମୁଁ
ପଣତ ତଳେ ଆଶ୍ରା ନେଇଛି।

ଅମାନିଆ ଅଶ୍ରୁ ଯେ ବାଟ ଖୋଜୁଛି
ତଟିନୀ ପ୍ରାୟେ ସେ ବୋହିଯାଉଅଛି
ରୋକନାହିଁ କେବେ ବି ତାକୁ
କଳ କଳ ନାଦ ତା’ର ଭଲ ଲାଗୁଛି।

ସୁନ୍ଦରତାର ପୋଖରୀରେ
ତୁମେ ଏକ ନୀରବ ପ୍ରତିଫଳନ
ସୀମିତ ମୋର ଦୃଷ୍ଟିଭଙ୍ଗୀ ଆଜି
ଯାଇଛି ହୋଇ ଏକ ଅବଲମ୍ବନ।

ତୁମେ ମୋ ହୃଦୟର ଭାଷା
ହେଲେବି,
କେଜାଣି କାହିଁକି ମୋତେ ଲାଗେ
ମୁଁ ତୁମ ଯୋଗ୍ୟ ନୁହେଁ।

ମୋ ନିରବ ଅହଂକାର
ବାଟ ଛାଡେନା ମୋତେ
ତୁମ ଏରୁଣ୍ଡି ଡେଇଁଯିବା ପାଇଁ
ବାଧା ବିଘ୍ନ ଆସୁ ଯେତେ।

Leave A Reply

Your email address will not be published.