Latest Odisha News

BREAKING NEWS

କବିତା : କଳଙ୍କ

ସୁମିତା ବେହେରା 

ଏ କବି , ତୁମେ ମୋତେ ଜାଣ, ମୋତେ ବୁଝ, ମୋତେ ଭଲପାଅ
ମୋତେ ନେଇ ତୁମର କେତେ କବିତା କେତେ କାହାଣୀ
ନିକଟରୁ ଅନୁଭବ କରିବାକୁ , ମୋତେ ଟିକେ ଛୁଇଁବାକୁ,
ତୁମେ କାଟିଦିଅ ଦିନ, ମାସ ,ବର୍ଷ ନିଦହରା ରଜନୀ ।

ଏ କବି , କୋଉଠୁ ଶିଖିଲ ଏମିତି ନିବିଡ଼ ଭାବେ ଭଲପାଇବା ?
ମେଞ୍ଚା ମେଞ୍ଚା ମଧୁର ସୁନ୍ଦର ଉଷୁମ ଶବ୍ଦଗୁଛ
ମୋ ଦେହରେ ଯେବେ ଛାଟିଦିଅ ନା
ଆଃ ! ମୋ ମନର କାନଭାସରେ ଆଙ୍କି ହୋଇଯାଏ
ଶତ ଫଗୁଣର ରଙ୍ଗମଖା ମଖମଲି ଚିତ୍ର ।

ଏ କବି , ଏଇ ପ୍ରେମ ପାଇଁ ଯୁଗ ଯୁଗରୁ
ଚନ୍ଦ୍ରମା ତୁମ ଅପେକ୍ଷାରେ
ତୁମେ ଆସିବ, ପ୍ରୀତିଭରା ଚାହାଣୀରେ ଚାହିଁବ,
ଆଉ ମୁଁ ଲାଜେଇ ଲୁଚିଯିବି ବାଦଲ ଫାଙ୍କରେ ।

ଏ କବି,   କେମିତି ହେଲ ତୁମେ ଏତେ ବଡ଼ ପ୍ରେମିକ ?
ତୁମ ମୋହନ ଶବ୍ଦରେ ଶୀତଳ ତନୁରେ
ମୋର ଉଷ୍ମତା ଭରିଦିଅ
ତୁମେ ଗୀତ ଗାଇ ଗାଇ ରାତିକୁ ସକାଳ କରିଦିଅ।

ଏ କବି , ତୁମ ମଉନାବତୀ ଜହ୍ନ ,ଖୁବ ଭଲପାଏ ତୁମ ହୃଦୟର ଗୀତ।
ତୁମ ଆଖିରେ କଳଙ୍କ ମୋର
କେମିତି ?? କାହିଁକି ??
ଏତେ ସୁନ୍ଦର ଏତେ ଉଜ୍ଜ୍ବଳ, ଏତେ ପବିତ୍ର ??

ଭୁବନେଶ୍ବର

Leave A Reply

Your email address will not be published.