ସ୍ଵର୍ଣ୍ଣଲତା ମହାପାତ୍ର
ମୁଁ ଜାଣେ ତୁମେ ଅସତ୍ୟ
ମୁଁ ଜାଣେ ତୁମେ ଅଦୃଶ୍ୟ
ମୁଁ ଜାଣେ ତୁମେ ସ୍ବପ୍ନ …
ମୁଁ ତୁମକୁ ନିଜଠୁ ବି ଅଧିକ ଜାଣେ
ମୁଁ କିନ୍ତୁ ଦି ଘଡି ଜୀଁ ଯାଏ
ତୁମ ମିଥ୍ୟାକୁ ନେଇ,
ତୁମ ଅବାସ୍ତବତାକୁ ନେଇ,
ତୁମ ନୈସର୍ଗିକ ପ୍ରେମର,
ଅନୁଭବକୁ ନେଇ..
ମୁଁ , ଆତ୍ମସାତ କରିପାରେ ତୁମ ଅପ୍ରେମକୁ…
ତୁମେ କିନ୍ତୁ ଅହରହ ଜଳୁଥାଅ
ନିଜ ଛଳନାର ଜୁଇରେ,
ନିଜ ସହ ସାଲିସ୍ କରି
ବାଟ ଖୋଜୁଥାଅ,
ନୂଆ ଏକ ମିଥ୍ୟାକୁ
ଘୋଡାଇବା ପାଇଁ ,
ଆଉ ଏକ ଛଳନାର
ଚାଦର ତଳେ
ଭୁବନେଶ୍ୱର
Comments are closed.