Latest Odisha News

କବିତା : ଦୋଳେ ତୁ ଦୋଳ ଗୋବିନ୍ଦ

ଚନ୍ଦ୍ରକଳା ଦେବୀ

ହେ ନନ୍ଦ-ନନ୍ଦନ ଯଶୋଦାର ଧନ
ପ୍ରକୃତି ପୁରୁଷ ଅନନ୍ତ
ଫଗୁଣ ଶୁକୁଳ ପୂର୍ଣ୍ଣମୀ ତିଥିରେ
ଦୋଳ ପୂର୍ଣ୍ଣିମା ଯେ ପାଳିତ
ରାଧା ମାଧବ
ଦୋଳରେ ତୁ ଦୋଳଗୋବିନ୍ଦ
ଦୋଳ ବିମାନରେ ବସି ରାଧାକୃଷ୍ଣ
ଯୁଗଳ ମୂରତି ଆନନ୍ଦ।

ବସୁଦେବ ସୁତ ଦେବକୀ ଧନତ
ପରମ ପୁରୁଷ ଶ୍ରୀପତି
ପ୍ରତି ଦ୍ୱାରେଦ୍ୱାରେ ଭୋଗ ଖାଇଥାନ୍ତି
ସଂକୀର୍ତ୍ତନ ହୋଇ ଗମନ୍ତି
ରାଧା ବଲ୍ଲଭ
ଦୋଳରେ ତୁ ଦୋଳଗୋବିନ୍ଦ
ଦୋଳ ପୂର୍ଣ୍ଣିମାରେ ଦୋଳରେ ଝୁଲନ୍ତି
ଶ୍ରୀରାଧା ଶ୍ରୀକୃଷ୍ଣ ମୂରତି ।

ମୟୁରଚୂଳିଆ କଦମ୍ବ ମୂଳିଆ
ଗୋପୀ ଜୀବଧନ କେଶବ
ସାକର ମିଷ୍ଠାନ୍ନ, ଖଇ,ଚଣା,ଆମ୍ବ
ଦୋଳ ମୁଆଁ ଖିଆ ମାଧବ
ରାଧାଗୋବିନ୍ଦ
ଦୋଳରେ ତୁ ଦୋଳ ଗୋବିନ୍ଦ
ଅବିର ଖେଳ ଓ ପାଟ ପଟୁଆର
ବସନ୍ତ ଋତୁର ଗରବ ।

କଇଁଚ ମାଳିଆ ପୀତ ଦୁକୁଳିଆ
ଭାବ ବିନୋଦିଆ ଶ୍ରୀହରି
ଦୋଳ ପୂର୍ଣ୍ଣିମାର ପରଦିନ ହୋଲି
ପୌରାଣିକ ତତ୍ତ୍ ମୁରାରୀ
ପରମାନନ୍ଦ
ଦୋଳରେ ତୁ ଦୋଳ ଗୋବିନ୍ଦ
ହୋଲିକା ରାକ୍ଷସୀ ଗରବ ଭାଙ୍ଗିଣ
କରିଲ ନିଧନ ମୁକୁନ୍ଦ।

Comments are closed.