Latest Odisha News

BREAKING NEWS

କବିତା : ରଙ୍ଗଖେଳ

ଗଦାଧର ସାହୁ

ଆସ ଗୋ ।।
ସାଙ୍ଗ ଆସ ଗୋ
ଆସ ରଙ୍ଗ ଖେଳିବା ।।

ନାନା ରଙ୍ଗ ଆସ ମିଶି କିଣିବା
ରଙ୍ଗର ପସରା ଧରି ଖେଳିବା
ଯେତେଯେତେ ରଙ୍ଗ ଦାଣ୍ଡୁ କିଣିବା
ପିଣ୍ଡେ ସେହି ରଙ୍ଗ ଆସ ଦେଖିବା |୧|

ରାଗି ଗଲେ ମୁହଁ ନାଲି ପଡଇ
ଏହା ନାଲି ରଙ୍ଗ ଚିହ୍ନିଥା ତୁହି,
ଯଦି ଦରକାର ମନେ କରିବା
ତାହା କିଣି ଆମେ ଖେଳିପାରିବା ।୨।

ବିସର୍ଣ୍ଣ ବଦନ ଦୁଃଖେ ଦିଶଇ
ମୁହେଁ କଳା ରଙ୍ଗ ଘୋଟି ଆସଇ,
ସୁଖ ଦୁଃଖ ଭାବ ସମ ମଣିବା
ନହେଲେ ଏ କଳା ରଙ୍ଗ କିଣିବା ।୩।

ଏଭଳି ଏ ଦେହେ ରଙ୍ଗ ଭରିଛି
ପ୍ରକୃତି ସହିତ ମିଶି ରହିଛି
ଯାହା ଦରକାର ତାହା ହିଁ ନେବା
ନାଲି କଳା ରଙ୍ଗ କମେଇଁ ଦେବା ।୪।

ସଂସାରରେ ସାର ସବୁଜ ରଙ୍ଗ
ପ୍ରକୃତି ସହିତ ସଦା ସରାଗ ,
ପ୍ରକୃତି ପୁରୁଷେ ଚିହ୍ନାଇ ଦେବା
ସବୁଜ ରଙ୍ଗରେ ଶାନ୍ତି ପାଇବା ।୫।

ବ୍ରହ୍ମଗିରି,ପୁରୀ

Comments are closed.