Latest Odisha News

BREAKING NEWS

କବିତା : ମମତାର ରାକ୍ଷୀ

ଝରଣା ପାଢୀ

ଚକଚକିଆ
ସୁନା ରଙ୍ଗିଆ
ଏଇ ମୋର ରାକ୍ଷୀ ଫୁଲ
ସେନେହ ମମତା ଡୋରିରେ ଗୁନ୍ଥା
ନୁହଁଇ ରେଶମୀ ଡୋର ।।

ଭାଇରେ ଭାଇ
‌ ଭାଇ ମୋ ଭାଇ
ଡାହାଣ ହାତ ତୋ ଦେ ବଢାଇ
ବାନ୍ଧିବି ରାକ୍ଷୀ ଡୋର
ଚାହିଁ ରହିଥିଲି ବରଷକ ପରେ
ଆସିଛିରେ ଶୁଭ ବେଳ ।।

ଭାଇରେ ଭାଇ
ମୋ ସୁନା ଭାଇ
ମାଗୁଛି ତୋଆଗେ ମଥା ନୁଆଁଇ
ରାକ୍ଷୀର ଉପହାର
ତୋ ଆଶିଷ ଥାଉ ମୋ ଉପରେ ସଦା
ସେ ସରଗ ସୁଖ ମୋର ।।

‌‌ ଭାଇରେ ଭାଇ
ଭାଇ ମୋ ଭାଇ
ତୋ ମୁହଁରେ ଦୁଃଖ ଦେଖିଲେ ମୁହିଁ
‌‌ ହୃଦ ମୋ କାନ୍ଦି ଉଠଇ
ତୋ ପ୍ରଶଂସା କଥା ପଦେ ଶୁଣିଦେଲେ
ଗରବେ ଫୁଲି ଉଠଇ ।।

ଭାଇରେ ଭାଇ
ଭାଇ ମୋ ଭାଇ
ପ୍ରଭୁ ଙ୍କ ପାଖରେ ମାଗୁଣି ଏହି
ତୋହରି ମଙ୍ଗଳ ପାଇଁ
ସବୁ ଜନମରେ ତୋ ଭଉଣୀ ହେବି
ଦୁଃଖେସୁଖେ ସାହା ହୋଇ ।।

Leave A Reply

Your email address will not be published.