Latest Odisha News

BREAKING NEWS

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: କେତେବେଳେ ବାନ୍ଧିବେ ରାକ୍ଷୀ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବେ ଭଉଣୀ । ରାଖି ବାନ୍ଧିବାର ଶୁଭ ମୁହୂର୍ତ୍ତକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଲାଗିଥିବାବେଳେ ଦିନ ୧୧ଟା ୨୨ ପରେ ରାଖି ବାନ୍ଧିବେ ବୋଲି ଜ୍ୟୋତିଷ ବିଷାରଦମାନେ କହିଛନ୍ତି ।

ଶାସ୍ତ୍ରବିଦଙ୍କ କହିବା ଅନୁଯାୟୀ, ଆଜି ଦିନ ୧୧ଟା ୨୨ରୁ ଆସନ୍ତାକାଲି ସକାଳ ୭ଟା ୫୯ ପର୍ଯ୍ୟନ୍ତ ରହିଛି ପୂର୍ଣ୍ଣିମା ।ତେବେ ଭଦ୍ରାକାଳ ଲାଗିଥିବାରୁ ମାଙ୍ଗଳିକ କାର୍ଯ୍ୟ ହେବ ନାହିଁ । ତେଣୁ ୩୧ ତାରିଖ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ ବିଶାରଦମାନେ ମତ ରଖିଛନ୍ତି ।

ତେବେ ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ,  ଓଡ଼ିଶାର ଉପକୂଳ ଜିଲ୍ଳାରେ ଜଗନ୍ନାଥ ପାଞ୍ଜି ଅନୁସାରେ, ମାଙ୍ଗଳିକ କାମ ହେଉଥିବାରୁ  ଆଜି ରାକ୍ଷୀ ପୂର୍ଣ୍ଣମୀରେ ଦିନଯାକ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିପାରିବେ । ଗହ୍ମାପୂର୍ଣ୍ଣମୀ ଏବଂ ବଳଭଦ୍ର ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଇପାରିବ ।

ତେବେ ଉକ୍ରଳରେ ଦିନେ ଏବଂ ଶ୍ରୀମନ୍ଦିରରେ ଦିନେ ରକ୍ଷାବନ୍ଧନ ପାଳନ ହେଉଥିବାରୁ  ଗୁରୁବାର ଶ୍ରୀମନ୍ଦିରରେ ରାକ୍ଷୀ ଲାଗି କରାଯିବ ବୋଲି ସ୍ପଷ୍ଟ କରିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା ।

Leave A Reply

Your email address will not be published.