Latest Odisha News

କବିତା : ଆଶା

ରାଜ କିଶୋର ଦାସ

ଏତେ ଯାତ୍ରା, ଏତେ ମହୋତ୍ସବରେ
ବୁଡ଼ିଥାଅ
ଥରେ ମୋ ଆଡ଼କୁ ଚାହିଁ ଦିଅନ୍ତନି !
ତୁମର ସବୁ ସୁନ୍ଦର ବୋଲି ମାନିନେଲାବେଳେ
ଲାଗେ, ହେ ସେମିତି କିଛି ନାହିଁ,
ତଥାପି ସତ କହୁଛି
ଜଗତର ସବୁ ମୋହ ତୁମଠି
ଅଜାଡି ହେଇଯାଇଛି ।
ଏଣୁତ ମୋହରେ ବୁଡାଇ
ଏମିତି ଘା ଯେ
ମୋର ଚିହ୍ନ ବର୍ଣ୍ଣ ରହେ ନାହିଁ,
କେତେ ଯୁଗରୁ, ଜନ୍ମ ଜନ୍ମରୁ
କଳ୍ପବଟରେ, ମୁଁ, ମୁର୍ଖ !
ବାନ୍ଧି ଚାଲିଛି ବ୍ରତ
ମୋ ଆଶାକୁ ନିବିଡରୁ
ନିବିଡ଼ତର କରିଛି,
କେବେ ବି ତ ଥରେ ତୁମକୁ
ଫୁରସତ ମିଳିବ ।
ଶ୍ରୀମନ୍ଦିର, ବଡଦାଣ୍ଡ, ଗୁଣ୍ଡିଚାଘର ଛାଡ଼ି
ମୋ ହାତ ଧରି କହିବ
ଚାଲ ଏଥର !!
ଏ ଯେ ତୁମର ହାତ ନାହିଁ ଗୋଡ଼ ନାହିଁ
ପତା ନାହିଁର ଭ୍ରମ ଦେଇ ଚାଲିଛ
ବାି ଚାଲିଛ,
ସବୁକିଛି ନିୟମରେ ବନ୍ଧା
କହି ଭୁତଉଛ? ସବୁ ମିଛ ??
ଛାତିରେ ହାତ ଦେଇ କହିପାରିବ
ଏହାହିଁ ସତ୍ୟ
ତୁମ ଦୁନିଆରେ ମିଛ ନାହିଁ
ମିଛ ଏକ ଅଭିଧାନିକ ଶବ୍ଦ ।

Comments are closed.