Latest Odisha News

BREAKING NEWS

କବିତା : ଅପରିଚିତ

ସବିତା ତ୍ରିପାଠୀ 

ନିଜର ପରିଚୟ ସନ୍ଧାନେ
ମୁଁ ଆଜି ବ୍ୟସ୍ତ ବିବ୍ରତ,
ଘନ ଅନ୍ଧାରେ, ପ୍ରଶ୍ନର ପାହାଡ଼େ
ହଜେଇ ଦେଇଛି ମୋ ଚିତ୍ତ
ନିଜ ପାଖେ ନିଜେ ଅପରିତ……..

ନୂତନ ସକାଳ ନବୀନ କିରଣେ
ଖୋଜି ବୁଲୁଛି ସମ୍ପର୍କର ବାସ୍ତବତା
ମରୁଭୁମିରେ ତୃଷ୍ନା ମେଣ୍ଟାଇବାକୁ
ମୁଁ ଆଜି ଅପେକ୍ଷାରତ,
ନିଜ ପାଖେ ନିଜେ ଅପରିଚିତ…….

ଜୀବନର ସଂଜ୍ଞା ଅନ୍ୱେଷଣେ
ସଂଘର୍ଷ ର ଉଥାନ ପତ୍ତନେ
ମରି ମରି ବଞ୍ଚିବାକୁ
ପଡୁଛି ପ୍ରତି ମୁହୂର୍ତ୍ତରେ
ବୟସର ହାତ ପହନ୍ତେ
ସମୟ ସହ ଜୀବନ
ଲୁଚକାଳି ଖେଳୁଛି ଅପରିଚିତେ………

ପରିଚୟର ଅନ୍ୱେଷଣେ
ବୋଧହୁଏ ଜୀବନର ଉଦୟ ଗାମୀ
ସୂର୍ଯ୍ୟ ଅସ୍ତଗାମୀ ପଥେ
ଧୀରେ ଧୀରେ ଜୀବନ ଦ୍ୱୀପ ଲିଭିବା ସମୟେ
ନିଜ ପାଖେ ନିଜେ ଅପରିଚିତ ।

 

Comments are closed.