Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ସୁରେଖା ଭିଡିଓ କଲିଂ କରି ଖୁସିର ମୁହୂର୍ତ୍ତକୁ ସ୍ୱୟଂ ଆଉ ସ୍ୱାହାଙ୍କ ଭିତରେ ବାଣ୍ଟି ଥିଲା । ସ୍ୱୟଂ ଆଉ ସ୍ୱାହା ଦୁହିଁଙ୍କ ଖୁସି କହିଲେ ନସରେ ! ସେମାନେ ବି ଆୱାଡ଼ ଦିନ ନିଶ୍ଚିନ୍ତ ଆସି ପହଁଚିବେ ବୋଲି ଧାର୍ଯ୍ୟ କରିଥିଲେ ।ପିଲାଙ୍କ ଖୁସି ଦେଖି ଉଭୟ ବାପା ମାଆଙ୍କ ଆଖିରେ ଖୁସିରେ ଚମକ ,ସତରେ ଦେଖିବା ଭଳି ଦୃଶ ଥିଲା !!

ଆସ୍ଥା ମନେ ମନେ ଭାବୁଥିଲା ୟା ଭିତରେ ସତରେ ସମୟ କେତେ ବଦଳି ଯାଇଛି ଆଉ ପରିସ୍ଥିତି ! ସେ ଦିନର ସେ ଦଗ୍ଧିଭୂତ ଦିନ ଗୁଡିକର କଥା ମନେ ପଡ଼ିଲେ ସତରେ ଲୋମମୂଳ ଟାଙ୍କୁରି ଉଠୁଛି …..ଦେହ ଶୀତେଇ ଉଠୁଛି ….!!

ଆଜି ସେଇ ଦିନ ଆସି ପହଞ୍ଚି ଯାଇଛି ଆନ୍ତର୍ଜାତିକ ମହିଳା ଦିବସ ! ଯୋଉ ଦିନ ପାଇଁ ରଥ ପରିବାରର ଅପେକ୍ଷା ଥିଲା ! ସ୍ୱୟଂ ଆଉ ସ୍ୱାହା ମଧ୍ୟ ଦିଲ୍ଲୀରୁ ଆସି ପହଞ୍ଚି ଯାଇଛନ୍ତି । ମଞ୍ଚରେ ରାଜ୍ୟପାଳ ତଥା ଅନ୍ୟ ଅତିଥିମାନେ ଆସି ମଞ୍ଚାସୀନ ହେଲେଣି । ସାଜସଜ୍ଜାରେ ମଞ୍ଚ ରାଣୀଟିଏ ପରି ଦିଶୁଛି ! ମଞ୍ଚ ସମ୍ମୁଖରେ ଅଗଣିତ ଦର୍ଶକ । ଚହଳ ପଡିଛି ଏକ ଭିନ୍ନ ମଣିଷ ସୁରେଖା ଆଜି ଏ ଅଞ୍ଚଳର ଗର୍ବ ଆଉ ଗୌରବ ହୋଇ ପାରିଛି ଆଉ ଏକ ଭିନ୍ନ ମଣିଷ ଯିଏ ବିଶାଳ ହୃଦୟର ଅଧିକାରୀ ମାଡାମ୍ ଆସ୍ଥାଙ୍କ ପାଇଁ ! ଯିଏ ନଦେଖିଚିଛି ସେମାନଙ୍କୁ ଦେଖିବା ପାଇଁ ଅସ୍ଥିର ହୋଇ ଉଠୁଛନ୍ତି ! ଅତିଥି ଅଭ୍ୟାଗତ ତାପରେ ଅତିଥି ମାନଙ୍କର ସମ୍ଭାଷଣ ସାରିଯାଇଛି ।ଜଣ ଜଣ କରି ସମସ୍ତେ ସୁରେଖା ଏବଂ ଆସ୍ଥାକୁ ପ୍ରଶଂସାରେ ପୋତି ଦେଉଥାନ୍ତି । ସୁରେଖା ଆଉ ଆସ୍ଥା ଦୁହିଁଙ୍କ ଖୁସି କହିଲେ ନସରେ ! ଦୁହେଁ ଭାବବିହ୍ଵଳ ହୋଇପଡୁଥାନ୍ତି ! ମଞ୍ଚ ପରିଚାଳକ ସୁରେଖାକୁ ମଞ୍ଚ ଉପରକୁ ନିମନ୍ତ୍ରଣ କଲେ ଏବଂ ସୁରେଖା ମାଡାମ୍ ତାଙ୍କ ସଫଳତାର ରହସ୍ୟ ବିଷୟରେ କିଛି କହିବାକୁ କହିଲେ ।

ସୁରେଖା ମଞ୍ଚର ସୋପାନକୁ ପ୍ରଣାମ କରି ଉଠିଲା ମଞ୍ଚ ଉପରକୁ। ସମସ୍ତଙ୍କୁ ପ୍ରଣାମ କରି ତାର ଉଦବୋଧନ ରଖିଲା । ମାଆଙ୍କ କଥା କୋଉଠୁ ଆରମ୍ଭ କରିବି ଯିଏ ଧରିତ୍ରୀ ପରି ସର୍ବଂସହା ଆକାଶ ପରି ବ୍ୟାପ୍ତ ଯାହାର ଆଦି ନାହିଁ କି ଅନ୍ତ ନାହିଁ ! ସାଗର ପରି ଗଭୀର ଅନନ୍ତ ! ତେଣୁ ତାଙ୍କ ଠାରୁ ମୋର ଜୀବନର ନିଅ ପଡିଛି ଏବଂ ସେଇଠାରୁ ମୋର ସଫଳତାର ଯାତ୍ରା ଆରମ୍ଭ ହୋଇ ଆଜି ଏଇଠି ଆପଣଙ୍କ ସାମ୍ନାରେ ଠିଆହୋଇ ପାରିଛି ।ତାଙ୍କ ଧମନିରେ ସିଏ ଅର୍ଜନ କରିଥିବା ଶିକ୍ଷା ଦୀକ୍ଷା ସଂସ୍କୃତି ସଂସ୍କାର ପରମ୍ପରା ରୀତିନୀତି ଆଜି ପର୍ଯ୍ୟନ୍ତ ରକ୍ତ ହୋଇ ବୋହି ଚାଲିଛି ।

କ୍ରମଶଃ

Leave A Reply

Your email address will not be published.