Latest Odisha News

BREAKING NEWS

କବିତା : ପ୍ରଥମାଷ୍ଟମୀ

ସଫଳା ଦାସ

ମାସ ମଧ୍ୟେ ମାର୍ଗଶୀର
ଋତୁ ରାଜ ବସନ୍ତ
ବଡ ଠାକୁର କାଳିଆ
ଜୟ ଜଗନ୍ନାଥ ।।

ବରଷକ ବାର ମାସେ
ଅଷ୍ଟମୀ ଅନେକ
ପ୍ରଥମାଷ୍ଟମୀ ପାଳନ ପର୍ବ
ଅଟେ ପାରିବାରିକ ।।

ଜେଷ୍ଠ ପୁତ୍ର ,କନ୍ୟା ଭାବୀ
ମୂରବି ଦାୟିତ୍ୱ
କ୍ରୀୟା, କର୍ମ,ଘର ବୋଝ
ମୁଣ୍ଡରେ ସ୍ୱତନ୍ତ୍ର ।।

ପିତାର ବୃଦ୍ଧ କାଳେ
ପୁତ୍ରର ମୁଣ୍ଡରେ
ରାଜ୍ୟ ଭାର ଦେବା ରାଜା
ଦଶରଥଙ୍କ ବିଚାରେ ।।

ଅଷ୍ଟମୀ ବନ୍ଧୁ ମାମୁଁ
ଲୋଡେ ପରମ୍ପରା
ମୃତ ମାମୁଁ,ମାଇଁପାଇଁ ମଉଳା
ଶ୍ରାଦ୍ଧ ବିଧି ପରା।।

ଅଭିନନ୍ଦନ ବନ୍ଦାପନା
ଷଷ୍ଠୀ ପୂଜା ର ବିଧାନ
ହଳଦୀପତ୍ରେ ଏଣ୍ଡୁରିପିଠା
ହୁଏ ଏହିଦିନ ।।

ଦେବ ଦେବ ମହାଦେବ
ପ୍ରଭୂ ଲିଙ୍ଗରାଜ
ବନଦେବୀ,ବରୁଣେଶ୍ୱର ମାମୁଁ ମାଇଁ
ହୁଅନ୍ତି ବିରାଜ ।।
ମାଧବଗ୍ରାମ ମାଧବାନନ୍ଦ (ମାମୁଁ ଘର)
ଜଗନ୍ନାଥ ମହାପ୍ରଭୁଙ୍କର
ପୋଢୁଆଁ ହୁଅନ୍ତି ବସ୍ତ୍ର
ଆସେ ଶ୍ରୀମନ୍ଦିର ।।

ଏହିରୂପେ ପ୍ରଥମାଷ୍ଟମୀ
ପରବ ପାଳନେ
ଜେଷ୍ଠ ପୁତ୍ର କୁ ସମ୍ମାନ ମିଳେ
ଅଛି ଏ ବିଧାନେ ।।

Leave A Reply

Your email address will not be published.