Latest Odisha News

BREAKING NEWS

କବିତା : ବୋଇତ ବନ୍ଦାଣ

ଶ୍ରୀନିବାସ ପଣ୍ଡା

କାର୍ତ୍ତିକ ମାସ ଅଟଇ ପବିତ୍ର
ଧର୍ମ ମାସ ମଧ୍ୟେ ସାର
ବୋଇତ ବନ୍ଦାଣ ଉତ୍ସବ ପାଳୁଛୁ
ଆମ ସଂସ୍କୃତିର ଆଧାର ।

ଐତିହ୍ୟ ସଂସ୍କୃତିର ନିଆରା ଏ ପର୍ବ
ଓଡ଼ିଆ ପ୍ରାଣର ଗର୍ବ ଗୈ।ରବ
କଦଳୀପଟରେ ବୋଇତ ଭସାଇ
ପାଉଅଛୁ ମନେ ଖୁସି ଅପୂର୍ବ ।

ଓଡ଼ିଶା ମାଟିର ସାଧବ ପୁଅ
ବାଣିଜ୍ୟ ପାଇଁ ଯାଉଥିଲେ ବହୁ ଦୂର
ଧନ ଦୈ।ଲତ ବୋହି ଆଣୁଥିଲେ
ମନେ ଥିଲା ତାଙ୍କ ଖୂସି ଅପାର ।

ନଇ ନାଳ ପୋଖରୀରେ ବୋଇତ ଭସାନ୍ତି
ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ
ହୁଳହୁଳି ଶଦ୍ଦ ମନ୍ତ୍ର ଉଚ୍ଚାରଣେ
ଶୁଭୁଅଛି ଆ କା ମା ବୈ ସ୍ଵନ।

ଯାଇଛି ସେକାଳ ରହିଅଛି ସ୍ମୃତି
ମନେ ପଡୁଅଛି ଅତୀତ କୃତି
ନୈ। ବାଣିଜ୍ୟ କ୍ଷେତ୍ରେ ଥିଲା ଉନ୍ନତି
ଆଜି ହୋଇଅଛି ତାହା ବିଚ୍ୟୁତି ।

କାର୍ତ୍ତିକ ରେ ଯାଇ ଫେରୁଥିଲେ ଆଷାଢେ
ଆମରି ସାଧବ ଗଣ
ବହୁ ଧନ ରତ୍ନ ସୁନା ହୀରା ଧରି
ଆଣୁଥିଲେ କରି ପଣ ।

ଶ୍ରୀନିବାସ ପଣ୍ଡା, ଗଞ୍ଜାମ

Leave A Reply

Your email address will not be published.