Latest Odisha News

କବିତା : ମହାସତୀ ସାବିତ୍ରୀ

0ସୁଜାତା ପତି 

ନାରୀ ଦୟାମୟୀ ନାରୀ କ୍ଷମାମୟୀ
ବିଶ୍ବ ରେ ସେ ବନ୍ଦନୀୟା
ନୂହେଁ ସେ ଅବଳା ନୂହେ ସେ ଦୁର୍ବଳା
ଜଗତରେ ଅଦ୍ବିତୀୟା।

ରାଜା ଅଶ୍ବପତି ରାଣୀ କୋଉଶଲ୍ଯା
ନିଃସନ୍ତାନ ଦୁହେଁ ଥିଲେ
ମାତା ପାର୍ବତୀଙ୍କୁ ଆରାଧନା କରି
ଏକ କନ୍ଯା ପ୍ରାପ୍ତି ହେଲେ।

କନ୍ଯା ସାବିତ୍ରୀ ଯେ ପିତାଙ୍କ ଆଜ୍ଞାରେ
ନିଜେ ପତି ବରିଥିଲେ
ସତ୍ଯବାନଙ୍କର ଅଳ୍ପ ଆୟୁ ଜାଣି
ବିବାହ ଯେ କରିଥିଲେ।

ଧନ୍ଯ ସେ ସାବିତ୍ରୀ ଧନ୍ଯ ପତିବ୍ରତା
ନିଜର ସତୀତ୍ବ ବଳେ
ଯମରାଜାଙ୍କୁ ସେ ପରାସ୍ତ କରିଣ
ପତିଙ୍କୁ ଜୀବନ ଦେଲେ।

ସେହି ଦିନ ଥିଲା ଜ୍ଯେଷ୍ଠ ମାସର
ଅମାବାସ୍ଯା ପୂଣ୍ଯ ତିଥି
ପୂଜିତ ହୋଇଲେ ଦେବୀ ଭାବେ ମାତା
ଜଗତେ ଲଭିଲେ ଖ୍ଯାତି।

ଏହି ତିଥିରେ ତ ସବୁ ସୀମନ୍ତିନୀ
ସାବିତ୍ରୀ ବ୍ରତ କରନ୍ତି
ଉପବାସ କରି ମାତାଙ୍କ ପାଖରେ
ସ୍ବାମୀଙ୍କ ଆୟୁ ମାଗନ୍ତି।

ପତିବ୍ରତା ହୋଇ ଏହି ବ୍ରତ କଲେ
ପତ୍ନୀ ପାଏ ପତି ପ୍ରେମ
ଦାମ୍ପତ୍ଯ ଜୀବନ ଦୃଢୀଭୂତ ହୁଏ
ଅତୁଟ ହୁଏ ବନ୍ଧନ।

ଭୁବନେଶ୍ବର

Comments are closed.