Latest Odisha News

BREAKING NEWS

କବିତା : ସତ୍ୟଧ୍ଵନି

ତେଜସ୍ୱିନୀ ପଣ୍ଡା 

ଦୂର ଆକାଶର ଚନ୍ଦ୍ରମା ତୁମେ ଯେ
ମୁଁ ଅପହଞ୍ଚ ଇଲାକାର ତାରା
କେଉଁଠି ହଜିଲ ବନ୍ଧୁ ?
ମୋ ଆଖି ଭିଜେ ରାତିସାରା ।

ତୁମ ନାଁ ଯେପରି ‘ସତ୍ୟ’ ସେହି ସତ୍ୟର
ଛାତିରେ ସଜାଥିବା ଅନେକ କଥା
ଆଜି ସ୍ମୃତି ଓ ବିିସ୍ମୃତିର ଢେଉରେ।
ଭୁଲିଗଲି ଆଜି ମୁଁ ତୁମ ଅତୀତର ସମସ୍ତ
ସତ୍ୟତା, ଅନୁପସ୍ଥିତିର ଶୂନ୍ୟତା ଆଦିକୁ
ଦେଇଦେଲି ଜଳାଞ୍ଜଳି !
ସତ୍ୟ? ଯିଏ ଏକ ଅଣରୂପ,ଅସ୍ଥାୟୀ, ଅକର୍ମା ,
ଅମାନିଆ ପ୍ରେମିକ
ଜନ୍ମର ଏକୋଇଶିଆ ରେ ଅଛି
କିଛି ଗୁଣ ତୁମ ପାଖରେ
ଧିକ୍ ସେ ଜୀବନ !! ସତ୍ୟ।
ଏହା ସବୁ କୁହେ ତ୍ରୁମ ପ୍ରତୀକ୍ଷିତ ମୁହୁର୍ତ୍ତ,
ତରଙ୍ଗାୟିତ ଧ୍ଵନି ।
ତୁମ ଅପବିତ୍ର କଥାର ଅସ୍ପଷ୍ଟ
ଉଚ୍ଚାରଣରେ ଧ୍ଵନିତ ଶବ୍ଦ ଆଜି
ଠିକ୍ ବାରିହେଉଥିଲା,
କାହିଁ କଲ ଏତେ ଛଳନା ?

ସତ୍ୟ ପୂର୍ବରୁ ମୁଁ ଯଦି ଅ ବର୍ଣ୍ଣ
ଯୋଗ କରେ ପରିସ୍ଥିତି ହେବ
ଜଟିଳରୁ ଜଟିଳତର ।
ଏ ଦୁନିଆ ଆଜି କଣ କହିବ?
ନା ମୁଁ ସେମିତି ଧୋକାବାଜ୍‌ ନୁହେଁ
ଏକ ସଙ୍ଗୀତ ଭାବେ ଗାଉଥିବି ତୁମ ନାମ
ଆଉ
ତୁମ ନାଁ ଭିତରେ
ଲୁଚିରହିଥିବା ସତ୍ୟଧିନି

Email – tejaswanipanda6@gmail.com

Leave A Reply

Your email address will not be published.