Latest Odisha News

BREAKING NEWS

କବିତା : ହସରେ ନନ୍ଦ କୋଳେ ଗୋବିନ୍ଦ

ଉମାକାନ୍ତ ଦାସ

ହସରେ ନନ୍ଦ କୋଳେ ଗୋବିନ୍ଦ
ଆଜି ଜନମ ନେଇ,
ଦେବକୀ ଗର୍ଭୁ ହୋଇ ଉଦୟ
ସୁଧାର ତୁମେ ମହୀ ।।

ଦ୍ବାପରେ ତୁମେ ଜନମି ପ୍ରଭୁ
କହିଲ ଧର୍ମ ବାଣୀ ,
ମୁଖ ନିଃସୃତ ଶବ୍ଦ ଅମୃତ
ଗୀତା ଲେଖିଲ ପୁଣି ।।

ଆଜିରେ ଆମେ ହେଉ ପାଗଳ
ମଧୁ କଥା ନ ଶୁଣି,
ଅନ୍ଯାୟ ପଥେ ଅଧର୍ମ ସାଥେ
ଚାଲୁଛୁ ସର୍ବକ୍ଷଣି ।।

ଜଣିଏ ମାନି ଥିଲା ସେବେଳେ
ଏବେ ସହସ୍ର ମାନି,
ବହୁ ଦ୍ରୌପଦୀ ବିବସ୍ତ୍ର ହୋଇ
କରନ୍ତି ପ୍ରାଣ ହାନି ।।

ରକ୍ଷକ ଏବେ ଭକ୍ଷକ ହୋଇ
ନିଅନ୍ତି ପାଣ୍ଠି ଶୋଷି ,
ତୁଣ୍ଡେ ଯୁଧିଷ୍ଠି କରମେ ଦୁଃଶା
ସମାଜେ ମହାଋଷି ।।

ଆସ ଗୋବିନ୍ଦ ହୋଇ ଆନନ୍ଦ
ପାପ ଗଲାଣି ବଢ଼ି,
ପାପୀମାନଙ୍କୁ ଦମନ କର
ନନ୍ଦିଘୋଷରେ ଚଢ଼ି ।।

ଲାଲବାଗ ,ଖାନନର
ମଙ୍ଗଳ ପୁର,ଯାଜପୁର

Leave A Reply

Your email address will not be published.