ଦୀପକ ନାୟକ
ସ୍ୱପ୍ନ ଆକାଶର ତାରା ମୁଁ ତାଙ୍କର
ସ୍ୱପ୍ନ ରାଇଜର ରାଜା ମୁଁ ତାଙ୍କର
ମୁଣ୍ଡ ଝାଳ ତୁଣ୍ଡରେ ମାରି
ଦେଇଛନ୍ତି ମତେ ଆହାର
ଦୁଖ ସବୁ ଛାତିରେ ଚାପି
ଦିଅନ୍ତି ମୋ ମୁହେଁ ହସ
ଦୁନିଆରେ ସବୁଠୁ ସୁନ୍ଦର ସେ
ସରଳ କୋମଳ ମନ ତାଙ୍କର
ମୋ ଚଲା ପଥେ ହାତ ଧରି ଚାଲିଛ
ଦୁଃଖୀ ମନେ ମୋର ହସ ଭରିଛ
ଜୀବନ ନାଟକେ ବାପା ତୁମେ
ବାସ୍ତବ ନାୟକ ହୋଇ ରହିଛ
ତାଙ୍କ ଚଲା ପଥ କାଳିଆ ତୁମେ
ସଦା କର ଫୁଲ ଭରା ସୁନ୍ଦର
ମୋ ସ୍ୱପ୍ନ ରାଇଜର ରାଜା ତମେ ବାପା
କେବେ ବି ପାରିବି ନାହିଁ ଭୁଲି ସେ ଅତୀତର କଥା
ଧର୍ମଶାଳା, ଯାଜପୁର
Comments are closed.