Latest Odisha News

BREAKING NEWS

କବିତା : ଅଣସର ଘରେ ପ୍ରଭୁ

ରମାକାନ୍ତ ନାୟକ

BjdElectrycity

କାହିଁକି??
କାହିଁକି ହେ !
ଅଣସର ଘରେ ପ୍ରଭୁ ଜଗନ୍ନାଥ
କାହାପାଇଁ ତମେ ନିରୋଧୀତ
ଗୃହେ ଅନବସରରେ
ଗୋପନୀୟ ଭାବରେ
ଅଣସର ପିଣ୍ଡ ଗୃହରେ
ମାନବୀୟ ଗୁଣରେ
ଦାରୁବିୟ ଗୁପ୍ତ ନୀତିରେ
ସ୍ୱତନ୍ତ୍ର ବିଧିରେ
ସେବା ପାଉଥାଅ
ବିଶ୍ୱାବସୁର ଭାବ ପ୍ରୀତି ଅଶ୍ରୁ
ଆଉ ବିଦ୍ୟାପତିର ପ୍ରେମ ଓ ଭକ୍ତିରେ
ତାଙ୍କ ଆତ୍ମଜଃ ଦଇତା ସେବକ
ଆଉ ପତି ମହାପାତ୍ରଙ୍କ ଚକଟା ଭୋଗ
ଅଣବୈଦିକ ଅଣ ଭୈରବ ମନ୍ତ୍ରରେ ।

ବୁଝିଥିଲ ତମେ ବିଶ୍ୱାବସୁ ହୃଦୟର ତୀବ୍ର ବିସ୍ପୋରଣ,
ବୁଝିଥିଲ ତା ଚିତ୍ତର ଅଚାନକ
ଦିବ୍ୟ ଉଚ୍ଚାରଣ
ସେଥିପାଇଁ ବିଗତ ଆଗତ ମଧ୍ୟେ
କରି ସଂଯୋଜନା,
ଆର୍ଯ୍ୟ ଅନାର୍ଯ୍ୟ ବନ୍ଧନେ
ବାନ୍ଧି ଥିଲ ବିଗତରେ
ଅରଣ୍ୟକ ଗୋଧୂଳି ଲଗନେ
ବିପ୍ର ହୋଇ ବିଦ୍ୟାପତି ବରିଥିଲା
ପତ୍ନୀ ରୂପେ ଶବରୀ ଅରଣ୍ୟେ ।

କିଏ କହେ, ଭକ୍ତି ଭାବେ ବାନ୍ଧି ଥିଲା ତବେ
ଭକ୍ତ ମାଧବ ଦାସ,
ଜ୍ୱର ଯନ୍ତ୍ରଣା ଉପଶମ ପାଇଁ
କରି ତବ ଆସ,
ରତ୍ନସିଂହାସନୁ ଯାଇ ତାରେ
କରିଲ ଆଶିଷ
ତାଙ୍କ ଦେହୁ ଜ୍ୱର ତକ ନିଜେ ଆଣି
କଲ ଅଣସର ବାସ
ଗୁପ୍ତ ନୀତି ଇନ୍ଦ୍ରନୀଳମଣି ପ୍ରସ୍ତର ଉପରେ
ଚକା ନୀତି ସମ୍ପୂର୍ଣ୍ଣ କରିଲ
ଭିତରେ ଧୁକୁଡ଼ି ଦ୍ୱାର ତାଟି ଦେଇ
ଦଇତା ସେବକ ଦ୍ୱାରା
ଗୁପ୍ତ ନୀତି ସମ୍ପର୍ଣ୍ଣ କରିଲ,
ଧଳା ବସ୍ତ୍ର ପରିଧାନ କଲ
ଖଳି ଲାଗି ପଣାଲାଗି ହୋଇ
ଚେର ମୂଳ ଉପଚାରେ
ଫୁଲୁରି ତେଲ ଚନ୍ଦନଲାଗିରେ
ଅଣସର ଲୀଳା କରି
ନବଯୌବନରେ ଦର୍ଶନ ଦେଇ
ମାନବୀୟ ଲୀଳା ର ପ୍ରକାଶ କରିଲ ।

ପଦ୍ମାମାୟା ପୁରୀ,
ଚରମ୍ପା, ଭଦ୍ରକ 

Leave A Reply

Your email address will not be published.