ଲକଡାଉନ୍
ଭବାନୀ ଶଙ୍କର ନିଆଲ
ମୋ ପୁଅର
ନୀତିଶାସ୍ତ୍ର ପୃଷ୍ଠା ଓଲଟାଇ ଦେଖେ
ପୁନର୍ବାର/ବାରମ୍ବାର
ଦୋପ୍ରହରର ସନ୍ନାଟାରେ,
ଆଉ ନଥାଏ ଫେବୃଆରୀ ମାସ ପୂର୍ବର
ସକାଳ, ଦ୍ୱିପହର,ସଂଧ୍ୟା
ଏପରିକି ମଧ୍ୟ ରାତ୍ରୀର ସ୍ଥିତାବସ୍ଥା।
ନଥାଏ
ମନୁଷ୍ୟ ଭିତରର ସନ୍ତୁଳନ
ମନୁଷ୍ୟର ପ୍ରେମ,ରଶ, ଗୀତ,ସଂଗୀତ,ସଂସ୍କୃତି ସମ୍ବାଦ
ମିଳନ ହେବାର ତମାମ୍ ବିଶ୍ବବ୍ଯାପି ଠିକଣା
ପୃଥିବୀ ଭିତରର ତଥାକଥିତ ଭାଇଚାରା
ଏକତା,ମମତା
ସ୍ୱାଧୀନତା ଏବଂ ସ୍ୱତନ୍ତ୍ରତାର
ନାମ ସଂକୀର୍ତ୍ତନ।
ନଥାଏ
ବୈଶ୍ୱିକ ଗ୍ରାମର ମହାମନ୍ତ୍ର
ସ୍ଥିରତାର ନିର୍ବିବାଦ ଇସ୍ତାହାର
ସବୁଜ ଘୋଷଣାନାମା।
ସବୁତକ ଚୁରମାର ହୋଇ ସାରିଥାଏ
ଠିକ୍ ଫେବୃଆରୀ ଅବତରଣ ବେଳକୁ
କାଳର କ୍ୟାଲେଣ୍ଡରରେ।
ମୃତ୍ୟୁର ନୂଆ ଅବତାର
ଏକ ଅଜଣା,ଅରୂପା ଭୂତାଣୁର ଆତଙ୍କରେ
ଭାଙ୍ଗିଯାଏ ତମାମ୍ ସୃଜନଶୀଳତାର ପୋଲ
ସୃଜନୀର ଅସଂଖ୍ୟ ହସ୍ତାକ୍ଷର/
ସୃଜନୀ ସଞ୍ଜିବନୀ
ଟଳିପଡେ ବିକାଶର ଅବର୍ଣ୍ଣନୀୟ ଗତି/ରଫଦାର/
ଧାରା/ପ୍ରବାହ ପ୍ରକ୍ରିୟା
ଚୁରମାର ହୋଇଯାଏ ଜ୍ଞାନ ବିଜ୍ଞାନର
ଢାଞ୍ଚାଗତ ଅନୁମାନ,ସାଂଖୈକି ଆକଡା।
ସର୍ବତ୍ର ଭୟ ଏବଂ ଭୟମାନଙ୍କ
ଆତ୍ମୀୟସ୍ଵଜନଙ୍କ
ଅପ୍ରତ୍ୟାଶିତ ଆକ୍ରମଣ।
ଥରାଇଦିଏ ବୁକୁ
ଥରାଇଦିଏ ସାମଗ୍ରିକ ସାହସ
ଜୀବନ ବଞ୍ଚିବାର ସକଳ ସମ୍ଭାବନା
ଭାଙ୍ଗିଦିଏ ମାନବୀୟ ଆବେଗ
ମନୁଷ୍ୟର ସମସ୍ତ ସାହସର ଜମାପୁଞ୍ଜି
ତା ଆତଙ୍କର ବର୍ବର ଚେହେରା
ଏବେ ରାଜରାସ୍ତାରେ/ଟ୍ରେନ୍ ଷ୍ଟେସନରେ
ଟ୍ରେନ୍ ଲାଇନରେ/ବଷ୍ଟପ୍ ରେ।
ଆଉ
ସୋସିଆଲ୍ ମିଡିଆରେ କୈଦଥିବା
ଦୃଶ୍ୟ ତ ଆଉ କୁହନା
୧୯୪୭,୧୯୭୧ରୁ ବି
ଆହୁରି ଭୟାନକ/ଦର୍ଦନାକ/ସର୍ମନାକ।
୨୦୨୦ ର ଶ୍ରମିକ ପଳାୟନର
ଅସଲ ଚେହେରା କେବଳ
ଆତ୍ମ ଚିତ୍କାର କରି
ପ୍ରଶ୍ନ କରିଚାଲେ
ଭାରତୀୟ ବିକାଶ ମୋଡଲକୁ।
ଭାରତୀୟତାକୁ ସ୍ୱାଧୀନ ପରାନ୍ତ
ରାଷ୍ଟ୍ରାଧ୍ୟକ୍ଷ ମାନଙ୍କ
ଚିତ୍ରକୁ,ଚରିତ୍ରକୁ
ଆଉ
ଲଙ୍ଗଳା କରିପକାଏ
ଶାସନ ପଦ୍ଧତିର
୭୦ ବର୍ଷର ଅନୁଭବକୁ ଓ
ତା ଫମ୍ପା ସ୍ଲୋଗାନ୍ କୁ।
୪୦ ୭୦ ୨୦୨୦ ୧୯୪୭ ୧୯୭୧
ତାଙ୍କ ଆଖିର ଲୁହ
ଲାଲ ରକ୍ତ ହୋଇ ବୋହିଚାଲେ
ଦିଲ୍ଲୀରୁ ପଲ୍ଲୀଯାଏଁ
ଲଗାତାର ଲଗାତାର।
ସେ
ମଜବୁର ନୁହେଁ ମଜଦୁର ଦେଶରେ ସମୂଳେ ୪୦କୋଟି
ତା’ଠୁ ବି ଅଧିକ
ସେ ମଜଦୁର
ସେ ଗଢେ/ଗଢିଚାଲେ
ସେ ବୁଣେ/ବୁଣିଚାଲେ
ସ୍ୱପ୍ନ ଗଢେ ସେ
ସ୍ୱପ୍ନ ବୁଣେ ସେ
ବାସ୍ତବ ବୁଣେ ସେ
ସେ ଗାଁ ଗଢେ, ଜିଲ୍ଲା ଗଢେ, ରାଜ୍ୟ ଗଢେ
ଗଢେ ଦେଶ,ବିଶ୍ବ,ଧରା,ଧରିତ୍ରୀ
ଗଢେ ସେ ଭୂତ,ଭବିଷ୍ୟତ,ବର୍ତ୍ତମାନ
ସେ ସ୍ୱୟଂ ବିଶ୍ବକର୍ମା ବିଧାତା
ଭାଗ୍ୟ ବିଧାତା
ତୁମ ଆମ ସେମାନଙ୍କର।
ତେବେ ଏ ଲକଡାଉନ୍,ସଟଡାଉନ୍
କ୍ୱାରେଣ୍ଟାଇନ୍,ଆଇସୋଲେସନ୍
ସାମାଜିକ ଦୂରତା,କର୍ଫ୍ଯୁ
ପୋଜିଟିଭ,ନେଗେଟିଭ
ପରଦେଶୀ, ସ୍ୱଦେଶୀ ଭାରତ
ତାହା ପୁଣି ମଇ ମାସରେ
ମାକ୍ସ,ଗ୍ଲୋବ୍ସ,ସେନିଟାଇଜର
ଏଣ୍ଟିଭାଇରସ୍
ଉଭାନ କୋଭିଦ ପରେ କୋଭିଦ
ଆଉ ଏମାନଙ୍କ ପଛେ ପଛେ
ଧାବନ କରୁଥିବା
ଛୋଟ ଛୋଟ ମୃତ୍ୟୁ ଏବଂ
ଏ ମୃତ୍ୟୁମାନଙ୍କ ଗତାନୁଗତିକ
ଭୟ,ଡର,ଆତଙ୍କ
ହୁଏତ ଏକଦା ସ୍ମୃତି ହୋଇ ରହିନପାରେ,
ରହିଯାଇପାରେ
ନିଜକୁ ଏବଂ ପରକୁ
ପରିଚୟ କରାଉଥିବା ଏକ
ଅମରତ୍ୱ ପ୍ରାପ୍ତ ଶବ୍ଦ
ମାନବ ସତ୍ତାର ଶାସନ କାଳରେ
ଏବଂ ତା ଇତିହାସ ବୋଧରେ
ନିଜକୁ ଏ ଧରାପୃଷ୍ଠର
ସର୍ବୋତ୍କୃଷ୍ଟ ଜୀବର ବିବେଚନା
କରୁଥିବା
ତା ବର୍ତ୍ତମାନରେ
ତା ଆବର୍ତ୍ତମାନରେ ।
———————
ଶ୍ରୀରାଧା, ଭବାନୀପାଟଣା,କଳାହାଣ୍ଡି
ମୋ- ୯୪୩୭୪୦୫୧୪୧
Comments are closed.