Latest Odisha News

ଦୀର୍ଘ ୩ବର୍ଷ ପରେ ପରଦାକୁ ଫେରିବେ ସବ୍ୟ-ଅର୍ଚ୍ଚିତା

ଭୁବନେଶ୍ୱର: ଦୀର୍ଘ ୩ବର୍ଷର ଲମ୍ବା ବିରତି ପରେ ପୁଣିଥରେ ପରଦାରେ ନଜର ଆସିବେ ଓଲିଉଡର ହିଟ୍ ଯୋଡି ସବ୍ୟସଚୀ ଓ ଅର୍ଚ୍ଚିତା । ସିଦ୍ଧାର୍ଥ ମ୍ୟୁଜିକର ୨୬ତମ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଏହି ଯୋଡି ଓଲିଉଡକୁ ଫେରୁଛି । ସିତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରଟି ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ମୁକ୍ତିଲାଭ କରିବାକୁ ଥିବା ଶୁଣିବାକୁ ମିଳୁଛିା ଏହାର ନିର୍ଦ୍ଦେଶନା ମୃତ୍ୟୁଞ୍ଜୟ ସାହୁ ଦେଇଥିବା ବେଳେ ବିକାଶ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟାକ୍ ଟୁ ବ୍ୟାକ୍ ୨୫ଟି ହିଟ ମୁଭି ଦେଇଥିବା ସିଦ୍ଧାର୍ଥ ମ୍ୟୁଜିକ ଦର୍ଶକଙ୍କୁ ଭେଟି ଦବାକୁ ଯାଉଛି ଏହାର୨୬ତମ ଚଳଚ୍ଚିତ୍ର ‘ଅଭିମାନ’ ।
ଦୀର୍ଘ ୩ବର୍ଷ ପରେ ଅର୍ଚ୍ଚିତାଙ୍କ ସହ ରୂପେଲି ପରଦାକୁ ଫେରୁଥିବା କଥା ସବ୍ୟ ନିଜ ଫେସବୁକରେ ଲେଖି ଫ୍ୟାନ ମାନଙ୍କୁ ମଧ୍ୟ ଜଣାଇବା ସହ ତାଙ୍କ ସହ ଯୋଡି ହୋଇ ରହିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

ଏହା ପୂର୍ବରୁ ସିଦ୍ଧାର୍ଥ ମ୍ୟୁଜିକ ବ୍ୟାନରର ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ସବ୍ୟ-ଅର୍ଚ୍ଚିତା ଏକାଠି ଅଭିନୟ କରିଛନ୍ତି। ପାଗଳ କରିଛି ପାଉଁଜି ତୋର, ମୁଁ ଏକା ତୁମର, ସ୍ମାଇଲ୍ ପ୍ଲିଜ୍, ପିଲାଟା ବିଗିଡିଗଲା, ବାଇ ବାଇ ଦୁବାଇ ଆଦି ଯାହା ଦର୍ଶକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.