ଭୁବନେଶ୍ବର:ଓଲିଉଡର ଷ୍ଟାର ଦମ୍ପତି ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି ଏକ ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି। ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଏଥିସହ କାଳିଆ ଆସିଲା ବୋଲି କହିଛନ୍ତି । ତାଙ୍କ କୁନି ପୁଅକୁ ଆଶୀର୍ବାଦ କରିବାକୁ ସେ ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି ।
ଡିସେମ୍ବର ୧୪ରେ ଓଲିଉଡର ଷ୍ଟାର ଦମ୍ପତ୍ତି ସବ୍ୟାର୍ଚ୍ଚିତା ଖୁବ ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ଏକ ପୋଷ୍ଟ କରିଥିଲେ ।
କାଳିଆ ଆସିଲା🙏🏻Kalia has arrived🙏🏻With almighty’s grace & all your best wishes, the universe has gifted us a tiny member. With immense joy,we are thrilled to announce “It’s a baby BOY”. Bless our “କୁନି ପୁଅ” & Keep us in your prayers 🙏🏼- #SABYARCHITA #itsaboy #bundleofjoy pic.twitter.com/KhVR2SGIur
— SABYASACHI MISHRA 🇮🇳 (@sabyaactor) January 22, 2026
ସୋସିଆଲ ମିଡିଆରେ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। ସିନେମା ଜଗତର କଳାକାର ଏବଂ ଶୁଭେଚ୍ଛୁମାନେ ନବଜାତ ଶିଶୁ ଓ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ସୂଚନାଥାଉକି, ୨୦୨୧ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କର ପ୍ରଥମ ସିନେମା ହେଲା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ।