Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହେଲେ ଗେହଲଟ-ପାଇଲଟ

ଜୟପୁର(ରାଜସ୍ଥାନ ): ରାଜସ୍ଥାନ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୖତିକ ଯୁ୍ଦ୍ଧ । ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ପୁଣି ଜୋରଦାର ଆକ୍ରମଣ କରିଛନ୍ତି । ସେ ଗେହଲଟଙ୍କ ଉପରେ ବିଜେପି ନେତାଙ୍କୁ ବଞ୍ଚାଉଥିବା ଅଭିଯୋଗ ଆଣିଛନ୍ତି । ତାଙ୍କର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରଛନ୍ତି, ବିରୋଧୀ ଦଳରେ ରହି ବି ଯେତେ ସବୁ ଦୁର୍ନୀତି ହୋଇଛି ସବୁକୁ ଅଶୋକ ଗେହଲଟ ଦବାଇ ଦେଇଛନ୍ତି ।

ପାଇଲଟ କହିଛନ୍ତି, ପୂର୍ବ ନିର୍ବାଚନବେଳେ କଂଗ୍ରେସ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା, କ୍ଷମତାକୁ ଆସିବା ପରେ ମାମଲାର ଯାଞ୍ଚ କରିବ । ହେଲେ ମିଳିମିଶି ଲୁଟିବା ପରେ ଏହି ମାମଲାକୁ ଦବାଇ ଦିଆଯାଇଛି । ସରକାର ଗଠନ ସମୟରେ ଆମେ ଅନେକ କଥା କହିଥିଲୁ । ହେଲେ ଏ ଯାଏ ସେ ସବୁ କାର୍ଯ୍ୟକାରୀ ହେଲାନି ।

ସେଥିପାଇଁ ସେ ଏପ୍ରିଲ ୧୧ରେ ଶହୀଦ ସ୍ମାରକ ପାଖରେ ଗୋଟିଏ ଦିନ ଅନଶନ କରିବୁ । ତାଙ୍କ ସରକାର ଯାହା କରିନାହାନ୍ତି ସେ ସବୁ  କାର୍ଯ୍ୟକାରୀ କରାଇବା ପାଇଁ ସେ  ଏହି ଅନଶନରେ ବସିବେ । ଏକ ପ୍ରେସ ମିଟରେ ପାଇଲଟ କହିଥିଲେ, ଏ ନେଇ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏ ନେଇ ଦୁଇ ଦୁଇ ଥର ଚିଠି ଲେଖିଲେଣି । ପାଇଲଟ କହିଥିଲେ, ଚିଠିରେ ସେ ଲେଖିଥିଲେ, ଆମେ ଯେଉଁ ଅଭିଯୋଗ ଆଣିଥିଲୁ ତାହାର ତଦନ୍ତ କରାନ୍ତୁ । ହେଲେ କିଛି ବି ହେଲାନି ।

ସେ କହିଥିଲେ, ଆମେ ବିପକ୍ଷରେ ଥିବାବେଳେ ବସୁନ୍ଧରା ସରକାରଙ୍କ ଦୁର୍ନୀତିକୁ ସମାଲୋଚନା କରୁଥିଲୁ । ହେଲେ ଆମ ବିଶ୍ୱସନୀୟତା ସେତେବଳେ ବଢିବ ଯେତେବେଳେ ଆମେ ଆଣିଥିବା ଅଭିଯୋଗର ଯାଞ୍ଚ କରାଇବୁ । ସେ ଅଭିଯୋଗ ଆଣିଛନ୍ତି ଏଠାରେ ଅଶୋକ ଗେହଲଟ ଏବଂ ବସୁନ୍ଧରା ରାଜେଙ୍କ ମିଲିଭଗତରେ କାମ ଚାଲିଛି ।

Comments are closed.