Latest Odisha News

ୱାଙ୍ଖେଡରେ ଲାଗିବ ସଚିନଙ୍କ ଷ୍ଟାଚ୍ୟୁ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୱାଙ୍ଖେଡ ଷ୍ଟାଡିୟମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ ଲଗାଯିବା ଚୂଡାନ୍ତ ହୋଇଛି । ଏପ୍ରିଲ ୨୪ରେ ସଚିନ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏଠାରେ ସଚିନ ତାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏମସିଏ ଅନୁସାରେ ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ ଅବସରରେ ସଚିନଙ୍କ ଷ୍ଟାଚ୍ୟୁର ଅନାବରଣ କରାଯିବ । ଏମସିଏ ଲାଉଁଜର ବାହାରେ ଏହା ଲଗାଯିବ । ସଚିନ ମଧ୍ୟ ଏ ନେଇ ସହମତି ଦେଇଥିବା ଜଣାପଡିଛି । ୧୯୯୮ରୁ ୱାଙ୍ଖେଡରୁ ମୋର କ୍ରିକେଟ ସ୍ୱପ୍ନ ସାକାର ହେବା ଆରମ୍ଭ ହୋଇଥିଲା । ଏବେ ଏଠାରେ ମୋର ଷ୍ଟାଚ୍ୟୁ ରହିବା ଗର୍ବର ବିଷୟ ବୋଲି ସେ କହିଛନ୍ତି ।

୨୦୧୧ ବିଶ୍ୱକପ ଫାଇନାଲରେ ଭାରତ ଏଠାରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା । ଆୟୋଜକ ଦେଶ ଭାବେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ଜିତିଥିଲା । ସଚିନଙ୍କ ପୂର୍ବରୁ କେବଳ ସିକେ ନାଇଡୁଙ୍କ କେବଳ ୩ଟି ସ୍ଥାନରେ ଷ୍ଟାଚ୍ୟୁ ଲଗାଯାଇଛି । ବାଙ୍ଗାଲୋରରେ ରାହୁଲ ଦ୍ରାବିଡଙ୍କ ନାମରେ ଚିନ୍ନାସ୍ୱାମୀ ଷ୍ଟାଡିୟମର ଏକ କାନ୍ଥକୁ ନାମାଙ୍କିତ କରାଯାଇଛି ।

Comments are closed.