Latest Odisha News

BREAKING NEWS

ପ୍ଲାଷ୍ଟିକ ଚାଉଳ ନୁହଁ, ଭିଟାମିନ୍ ଯୁକ୍ତ ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ପିଡିଏସରେ ପ୍ଲାଷ୍ଟିକ ଚାଉଳ । ଏନେଇ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ପରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଗତକାଲି ଚିଠି ଲେଖିଥିଲେ । ପ୍ଲାଷ୍ଟିକ ଚାଉଳ ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

BjdElectrycity

ଯୋଗାଣ ମନ୍ତ୍ରୀ କହିଛନ୍ତି, ଏହି ଭିଟାମିନ୍ ଯୁକ୍ତ ଚାଉଳ ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲଟ୍ ବେସିସରେ ଦିଆଯାଇଥିଲା । ସେ ସମୟରେ ମଧ୍ୟ ଏହି ଚାଉଳ ନେଇ ଏଭଳି ଗୁଜବ ଧାରଣା ସୃଷ୍ଟି ହୋଇଥିଲା । ସଚେତନତା ପରେ ଲୋକେ ଜାଣି ପାରିଲେ ଯେ, ଏହା ଭିଟାମିନ୍ ଯୁକ୍ତ ଚାଉଳ ।

ବର୍ତ୍ତମାନ ଯେଉଁ ଜିଲ୍ଲାରେ ଏହି ଗୁଜବ ଉଠିଛି, ସେଠି ପ୍ରଶାସନ ସଚେତନ କରିବ । ଏକ କ୍ୱିଣ୍ଟାଲ ଚାଉଳରେ ଏକ କିଲୋ ଭିଟାମିନ୍ ମିଶା ଯାଉଛି । ଚଳିତ ଫେବ୍ରୁଆରୀ ମାସରୁ ସବୁ ଜିଲ୍ଲାରେ ଏହି ଭିଟାମିନ୍ ଯୁକ୍ତ ଚାଉଳ ଦିଆଯାଉଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କ ଅଧିକୃତ ପରୀକ୍ଷାଗାରରେ ଟେଷ୍ଟ କରାଯାଉଛି । ତା’ପରେ ଯାଇ ପିଡିଏସରେ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

Leave A Reply

Your email address will not be published.