ମୁମ୍ବାଇ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିଲ ଗେଟ୍ସ ପ୍ରାୟତଃ ଭାରତ ଗସ୍ତରେ ଆସିଥାନ୍ତି । କିଛିଦିନ ତଳେ ମଧ୍ୟ ତାଙ୍କୁ ଭାରତରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ସେ ଆଉ ସଚିନ ତେନ୍ଦୁଲକରଙ୍କ ମିଶି ବଡାପାଓର ଆନନ୍ଦ ନେଉଥିବାର ମଧ୍ୟ ନଜରକୁ ଆସିଛି । ଏହି ଭିଡିଓକୁ ପ୍ରଥମେ ବିଲ୍ ଗଟ୍ସ ନିଜେ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି, “କାର୍ଯ୍ୟକୁ ଯିବା ପୂର୍ବରୁ ଜଳଖିଆ ବ୍ରେକ” ।
ଭିଡିଓ ଉପରେ ‘ସର୍ଭିଙ୍ଗ ସୁନ୍’ ବୋଲି ଲେଖା ହୋଇଥିଲା । ତେନ୍ଦୁଲକରଙ୍କ ସହ ତାଙ୍କର କିଛି ସ୍ପେଶାଲ ପ୍ଲାନ ଥିବା ଭିଡିଓରୁ ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସଚିନ ତେନ୍ଦୁଲକର କିମ୍ବା ବିଲ୍ ଗେଟ୍ସ କୌଣସି ବ୍ୟବସାୟିକ କାରବାରକୁ ନେଇ ପୁଷ୍ଟି କରି ନାହାଁନ୍ତି ।
ତେବେ ବିଲ ଗେଟ୍ସ ଭାରତ ଭ୍ରମଣ କରିବା ପରେ ନିଜ ବ୍ଲଗରେ ଲେଖିଥିଲେ , ” ମୁଁ କିଛି ନୂଆ ଉପାୟ ସହ ଆସିଛି । କାରଣ ଭାରତରେ ଖୁବ ସ୍ମାର୍ଟ ଏବଂ ମହତ୍ବକାଂକ୍ଷୀ ଲୋକ ଥାଆନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଲୋକମାନେ ଜାଣନ୍ତି କିପରି ନୂତନ ଉପାୟରେ ସମସ୍ୟାର ସମାଧାନ କରାଯିବ।
ମାଇକ୍ରୋସଫ୍ଟର କୋ ଫାଉଣ୍ଡର ‘ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ’ର ୨୫ତମ ବାର୍ଷିକୀ ପାଳନ କରିବାକୁ ଭାରତ ଆସିଥିଲେ। ଏହାପରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଭେଟିଥିଲେ।
ନିକଟରେ ସଚିନ ତେନ୍ଦୁଲକରଙ୍କୁ ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗରେ ଇଣ୍ଡିଆ ମାଷ୍ଟର୍ସ ଦଳର ଅଧିନାୟକ ହୋଇଥିଲେ । ତାଙ୍କର ନେତୃତ୍ବରେ ଟିମ୍ ଇଣ୍ଡଆ ଏହି ଲିଗ୍ ରେ ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି ।