ମୁମ୍ବାଇ: କ୍ରିକେଟ ଜଗତର ବାଦଶାହା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦ ହଜାରରୁ ୧୧ ହଜାର କୋଟି ହେବ । ଯାହା ମଧ୍ୟରେ ରହିଛି ତାଙ୍କ ଘର ଗାଡି ଓ ଅନ୍ୟାନ୍ୟ ସମସ୍ତ ସମ୍ପତ୍ତି । ଜାଣନ୍ତୁ ସଚିନଙ୍କ ପାଖରେ ଥିବା ଘର ଓ ଗାଡିର ମୂଲ୍ୟ…
ସଚିନଙ୍କ ଘର:
କ୍ରିକେଟର ଭଗବାନ କୁହାଯାଉଥିବା ସାଚିନଙ୍କ ପାଖରେ ରହିଛି ମୋଟ ୧୦ଟି ଆଲିସାନ ବଙ୍ଗଳା । ଯେଉଁଥିରୁ ସବୁଠୁ ସୁନ୍ଦର ହେଉଛି ମୁମ୍ବାଇର ବାନ୍ଦ୍ରା ଠାରେ ଥିବା ବଙ୍ଗଳା । ଏହି ବଙ୍ଗଳାର ମୁଲ୍ୟ ହେଉଛି ୮୦ କୋଟି ଭାରତୀୟ ମୁଦ୍ରା ।
ଏହାକୁ ଛାଡି କୋଚି ଠାରେ ମଧ୍ୟ ସଚିନଙ୍କର ରହିଛି ଏକ ଭିଲ୍ଲା ଯାହାର ଆନୁମାନିକ ମୁଲ୍ୟ ପାଖାପାଖି ୫୦ କୋଟି ଟଙ୍କା ।
ସଚିନଙ୍କ ଗାଡି:
ସଚିନଙ୍କ ପାଖରେ ରହିଛି ଅନେକ ଦାମିକା ଗାଡି । ଯାହା ମଧ୍ୟରୁ ଗୋଟିଏ ହେଉଛି ‘ବିଏମଡବ୍ଲ୍ୟୁ ୭୫୦ ଏଲଆଇ’ । ଯାହାର ବଜାର ମୁଲ୍ୟ ୧.୫୫ କୋଟି ଟଙ୍କା ।
ସଚିନ ବ୍ୟବହାର କରୁଥିବା ଆଉ ଏକ ଗାଡି ହେଉଛି ‘ଫରାରି ମୋଡେନା ୩୬୦’ ଯାହାର ମୂଲ୍ୟ ହେଉଛି ୨ କୋଟି ଟଙ୍କା ।
ସଚିନ ଅନେକ ସମୟରେ ବ୍ୟବହାର କରୁଥିବା ଗାଡିଟି ହେଉଛି ‘ବିଏମଡବ୍ଲ୍ୟୁ ଆଇ୮’ । ଯାହାର ମୁଲ୍ୟ ୨.୬୨ କୋଟି ଟଙ୍କା ଅଟେ ।
ସଚିନଙ୍କ ଗାଡି ତାଲିକାରେ ରହିଛି ‘ନିଶାନ ଜିଟି-ଆର’ । ଯାହାର ମୂଲ୍ୟ ୨.୧୨ କୋଟି ଟଙ୍କା ଅଟେ । ଆହୁରି ମଧ୍ୟ ୧.୭୧ କୋଟି ଟଙ୍କା ଦାମର ‘ବିଏମଡବ୍ଲ୍ୟୁ ଏମ୍-୬ ଗ୍ରାନ କୁପ’ର ମାଲିକ ହେଉଛନ୍ତି ସଚିନ ।
ରେଷ୍ଟୁରାଣ୍ଟ: ଅନେକ ଜାଣି ନଥିବେ ସଚିନ ତେନ୍ଦୁଲକର ଏକ ରେଷ୍ଟୁରାଣ୍ଟର ମାଲିକ ବୋଲି । ଯାହାର ଆନୁମାନିକ ମୂଲ୍ୟ ୨୬ କୋଟି ଟଙ୍କା ହେବ ।
Comments are closed.