Latest Odisha News

ସୋଆରେ ହେମୋଫିଲିଆ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ହେମାଟୋଲୋଜି ବିଭାଗ ଏବଂ ହେମୋଫିଲିଆ ସୋସାଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ହେମୋଫିଲିଆ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ସୋଆ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟେଟ୍ ବ୍ଲଡ ଟ୍ରାନଫୁ୍ୟଜନ୍ କାଉନସିଲର ନିର୍ଦ୍ଦେଶକ (ବ୍ଲଡ ସେଫ୍ଟି) ଡ. ମାନସ ରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

ସେହିପରି ଷ୍ଟେଟ୍ ବ୍ଲଡ ଟ୍ରାନଫୁ୍ୟଜନ୍ କାଉନସିଲ୍ର ଉପ-ନିଦେ୍ର୍ଧଶକ ଡ. ଏସ୍. ରଥ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଡକ୍ଟର ପୁଷ୍ପରାଜ ସାମନ୍ତସିଂହାର ଏବଂ ସମ୍ ହସ୍ପିଟାଲ୍ ହେମାଟୋଲୋଜି ବିଭାଗର ମୁଖ୍ୟ ଡ. ପ୍ରିୟଙ୍କା ସାମଲ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ ହସ୍ପିଟାଲ୍ର ହେମାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ପ୍ରିତିଶ ଚନ୍ଦ୍ର ପାତ୍ର, ଡ. ଆଶୁତୋଷ ପାଣିଗ୍ରାହି ଏବଂ ଡ. ହେମଲତା ଦାସ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ୩୦୦ ଜଣ ହେମୋଫିଲିଆ ରୋଗୀ ଓ ତାଙ୍କ ପରିବାର ଲୋକ ସାମିଲ ହୋଇଥିଲେ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ହେମୋଫିଲିଆ ରୋଗୀଙ୍କ ପାଇଁ ଯାତାୟତ ଖର୍ଚ୍ଚ ବାବଦକୁ ମାସିକ ୫୦୦/- ଟଙ୍କା ଯୋଜନାର ଲାଭ ଉଠାଇବା ନିମନ୍ତେ ମୁଖ୍ୟ ଅତିଥି ଡ. ମାନସ ରଞ୍ଜନ ସାମନ୍ତରାୟ ସୂଚନା ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ହେମୋଫିଲିଆ ରୋଗୀଙ୍କ ତାଲିକା ତାଙ୍କ ଅଫିସ୍ ହେମୋଫିଲିଆ ସୋସାଇଟି, ଭୁବନେଶ୍ୱର ଠାରୁ ସଂଗ୍ରହ କରିଛି । ଏହି ଯୋଜନାରେ ସମ୍ପୃକ୍ତ ରୋଗୀମାନଙ୍କ ନାମକୁ ସାମିଲ କରାଯିବ ବୋଲି ସେ କହିଥିଲେ ।

ଚଳିତ ବର୍ଷରୁ ଓଡ଼ିଶା ସରକାର ପ୍ରଥମ ଥର ପାଇଁ ହେମୋଫିଲିଆ ରୋଗୀମାନଙ୍କୁ ରିକମ୍ବିନାଂଟ ଫ୍ୟାକ୍ଟର – viii ଏବଂ ରିକମ୍ବିନାଂଟ ଫ୍ୟାକ୍ଟର ix- ଔଷଧ ଯୋଗାଇବା ପାଇଁ ନିଷ୍ପତି ନେଇଛନ୍ତି । ସେହିପରି ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲ୍, ରାଉରକେଲା ସରକାରୀ ହସ୍ପିଟାଲ୍ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ତିନି ଗୋଟି ଡେ କେୟାର ସେଣ୍ଟର ଖୋଲାଯିବା ନେଇ ସରକାର ନିଷ୍ପତି ନେଇଥିବା କଥା ଡ. ସାମନ୍ତରାୟ କହିଥିଲେ ।

Leave A Reply

Your email address will not be published.