Latest Odisha News

BREAKING NEWS

ମହାରାଷ୍ଟ୍ର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ: ମହାରାଷ୍ଟ୍ରର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର । ସ୍ୱଚ୍ଛ ମୁଖ ଅଭିଯାନ ମୁଖର ସ୍ୱଚ୍ଛତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏକ ଅଭିଯାନ । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନାବୀସ ମଙ୍ଗଳବାର ତେନ୍ଦୁଲକରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ।ସଚ୍ଚିନ ଆସନ୍ତା ୫ ବର୍ଷ ପାଇଁ ଏହି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହେବେ ।

ମହରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାବୀସ କହିଛନ୍ତି, ସଚ୍ଚିନ ତେନ୍ଦୁଲକର ଏହି ଅଭିଯାନର ନିଃଶୁଳ୍କ ଆାମ୍ବାସଡର  । ଏଥିପାଇଁ ତାଙ୍କୁ ବିଶେଷ ଧନ୍ୟବାଦ । ଏହି ଅଭିଯାନ ପାଇଁ ସଚ୍ଚିନ ଉପଯୁକ୍ତ ବ୍ୟକ୍ତି । ମୁଖର ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ଆମର ଏହି ଅଭିଯାନ ଆରମ୍ଭ ହୋଇଛି ।

ଅନ୍ୟପକ୍ଷେ ଏପରି ଅଭିଯାନକୁ ନେଇ ସଚ୍ଚିନ ତେନ୍ଦୁଲକର କହିଛନ୍ତି, ‘ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ବହୁତ ଖେଳୁଥିଲି । ହେଲେ ସବୁଠାରୁ ଅଧିକ ରୁଚି କ୍ରିକେଟରେ ଥିଲା । ବୟସ ବଢିବା ସହ ମୋର ଫିଟନେସ, ଅନୁଶାସନ ପ୍ରତି ସଚେତନତା ବଢିଲା । କାରଣ ଏସବୁ ବିନା ଆମେ ଆମ ଲକ୍ଷ୍ୟରେ ପହଞ୍ଚି ପାରିବା ନାହିଁ । ଆଜି କା ଦିନରେ ଫିଟନେସ ଜରୁରୀ । ହେଲେ କେବଳ ଭଲ ଦିଶିବା ପାଇଁ ନୁହେଁ । ମେଣ୍ଟାଲ ଫିଟନେସ ଏବଂ ମୁଖର ସ୍ୱଚ୍ଛତା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ବୋଲି ସଚ୍ଚିନ କହିଛନ୍ତି ।

ସଚ୍ଚିନ କହିଛନ୍ତି, ‘ଆଜିକାଲି ୫୦ ପ୍ରତିଶତ ପିଲା ଦାନ୍ତ ରୋଗରେ ପଡୁଛନ୍ତି । ଏହାର ପ୍ରଭାବ ଦୈନିନ୍ଦିନ ଜୀବନରେ ପଡୁଛି । ହେଲେ ଏହା ଉପରେ କାହାର ଧ୍ୟାନ ନାହିଁ । ମୁଁ ବେଳେବେଳେ ଶୁଣେ ଯେ, ଗୁଟ୍ଖା ଏବଂ ତମାଖୁ ଉପର କଟକଣା ଲାଗୁ କରାଯାଇଛି । ତଥାପି ବଜାରରେ ତମାଖୁ, ଗୁଟଖା ମିଳେ । ଯେଉଁମାନେ ଆମଠାରୁ ବଡ, ଆମର ପାଳନକର୍ତ୍ତା, ଶିକ୍ଷକ, ମାର୍ଗଦର୍ଶକ ସେମାନେ ବି ତମାଖୁ ସେବନ କରୁଥିବା ଆମେ ଦେଖୁ  ’

ସଚ୍ଚିନ ଅତୀତୀ ସ୍ମୃତି ରୋମନ୍ଥନ କରି କହିଛନ୍ତି, ‘ମୁଁ ଯେତେବେଳେ ଖେଳିବା ଆରମ୍ଭ କଲି ଅନେକ ବିଜ୍ଞାପନ ମିଳିଥିଲା । ହେଲେ ମୋର ବାପା ମୋତେ କହିଥିଲେ, ତମାଖୁର ବିଜ୍ଞାପନ କେବେ କରିବୁ ନାହିଁ । ତେଣୁ ମୁଁ କେବେ ଏହାର ବିଜ୍ଞାପନ କରିନି ’

ସୂଚନାଥାଉ କି, ସ୍ୱଚ୍ଛ ମୁଖ ଅଭିଯାନ ଇଣ୍ଡିଆନ ଡେଣ୍ଟଲ ଆସୋସିଏସନ ଦ୍ୱାରା ମୁହଁର ସ୍ୱଚ୍ଛତାର ସୁଧାର ଏବଂ ଏହାର ମହତ୍ୱ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଆରମ୍ଭ କରା ଯାଇଥିବା ଏକ ରାଷ୍ଟ୍ରୀୟ ଅଭିଯାନ । ଦାନ୍ତ ସଫା ରଖିବା, ମୁହଁ ଧୋଇବ, ସ୍ୱଚ୍ଛ ଭୋଜନ କରିବା, ସିଗାରେଟ ଅଭ୍ୟାସରୁ  ଦୂରେଇ ରହିବା ଏବଂ ବର୍ଷରେ ଅତିକମରେ ୨ ଥର ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରିବା ଏହା ଭିତରେ ଅନ୍ତର୍ଭୁକ୍ତ ।

Comments are closed.