Latest Odisha News

BREAKING NEWS

ଏଣିକି ଆଗ୍ରହୀ ଯୁବକମାନଙ୍କୁ ଅନ୍‌ଲାଇନ୍‌ରେ କ୍ରିକେଟ ଶିଖାଇବେ ସଚିନ

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା କ୍ରିକେଟ୍‌ ଏକାଡେମୀର ଶିକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତେନ୍ଦୁଲକରଙ୍କ ସହ ରଣନୀତିକ ଭାଗିଦାରୀ ସ୍ୱାକ୍ଷର କରିଥିବା ଭାରତର ଅନଲାଇନ୍ ଲର୍ଣ୍ଣିଂ ପ୍ଲାଟଫର୍ମ ୟୁନାଏକାଡେମି ଘୋଷଣା କରିଛି।

ଚୁକ୍ତିର ଏକ ଅଂଶ ଭାବରେ, ୟୁନାଏକାଡେମି ଶିକ୍ଷାର୍ଥୀମାନେ ଏକ ଲାଇଭ୍‌ ଇଣ୍ଟରାକ୍ଟିଭ୍ କ୍ଲାସ୍‌ର ସୁବିଧା ପାଇବେ। ଯାହା ମାଧ୍ୟମରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ଦ୍ୱାରା ଯୁବକମାନଙ୍କୁ ତାଲିମ ଦିଆଯିବ ଏବଂ ପରାମର୍ଶ ଦିଆଯିବ। ଯାହା ସମସ୍ତେ ୟୁନାଏକାଡେମି ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ କରିପାରିବେ। ୟୁନାଏକାଡେମି ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କାର୍ଯ୍ୟ କରିବାକୁ ସଚିନ ତେନ୍ଦୁଲକରଙ୍କୁ ମନୋନୀତ କରାଯାଇଛି।

Leave A Reply

Your email address will not be published.